ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ
୩ ମାସରେ ପୂରଣ ହେବ ଦାବି
ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ସମାଧାନ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୁହାଯାଇଛି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଏନେଇ ଡ୍ରାଇଭର ଏକତା ମହାସଂଘର ଆବାହକଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି ।
ତେବେ ଏହାକୁ ନେଇ ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟ ଯୋଗ ଦେଇଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବିଗୁଡିକୁ ପୂରଣ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ନେଇ ଡ୍ରାଇଭର ସଂଘର ଆବାହକଙ୍କୁ ଚିଠି କରାଯାଇଛି। ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ନା ପ୍ରତ୍ୟାହାର ହେବ ତାହା ଦେଖିବାକୁ ବାକି ରହିଲା ।