ଡ୍ରାଇଭର ଆନ୍ଦୋଳନକୁ ନେଇ ଧର୍ମେନ୍ଦ୍ରଙ୍କୁ କାଠଗଡାରେ ଛିଡା କଲା ବିଜେଡି
ଭୁବନେଶ୍ୱର(ଓଡିଶା ଫାଷ୍ଟ): ଡ୍ରାଇଭର ଆନ୍ଦୋଳନକୁ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଠଗଡାରେ ଛିଡା କରିଛି ବିଜେଡି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଟୁଇଟ୍ କରି କେଉଁ ବିଜେପି ଶାସିତ ରାଜ୍ୟରେ ଡ୍ରାଇଭରଙ୍କ ପାଇଁ ଏଭଳି ନୀତି କାର୍ଯ୍ୟକାରୀ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଆପଣ କେନ୍ଦ୍ରମନ୍ତ୍ରୀ ହୋଇଥିବାରୁ ଡ୍ରାଇଭରମାନଙ୍କ ପାଇଁ କେନ୍ଦ୍ରରୁ କିଛି କରିପାରିବେ । ଯଦି ବିଜେଡି ସରକାର ଓଡିଶାରେ ଏଭଳି ନୀତି କାର୍ଯ୍ୟକାରୀ କରନ୍ତି ତେବେ ଆପଣ ରାଜ୍ୟସଭାକୁ ନିର୍ବାଚିତ ହୋଇ ଆସିଥିବା ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶରେ ଏହାକୁ ଲାଗୁ କରିବେ କି ବୋଲି ଡକ୍ଟର ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ପ୍ରଶ୍ନ କରିବା ସହିତ ଏ ସଂକ୍ରାନ୍ତରେ ତାଙ୍କଠାରୁ ଉତ୍ତର ଲୋଡିଛନ୍ତି ।