ସକାଳ ୭ ରୁ ୩ ଟା ପର୍ଯ୍ୟନ୍ତ ହେବ ହୋଲି ଖେଳ

ହୋଲି ଉତ୍ସବ ନାଁରେ ନିଶା ଖାଇ ମଉଜ କରୁଥିଲେ ସାବଧାନ। ସକାଳ ୭ ରୁ ୩ ଟା ପର୍ଯ୍ୟନ୍ତ ହେବ ହୋଲି ଖେଳ । ଭୁବନେଶ୍ୱରରେ ନଜର ରଖିବ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ -୬୦ । ଏଥିସହିତ ୩୧ ଟି ସ୍ଥାନରେ ପିକେଟିଙ୍ଗ କରିବ ପୋଲିସ। ୧୭ ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯିବା ସହିତ ହୋଲି ପାଇଁ ନଦୀ ପଠା ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।
ସୂଚନା ଅନୁଯାୟୀ ସକାଳ ହୋଲି ଦିନ ନଦୀରେ ଗାଧୋଇବା ବେଳେ ବିଭିନ୍ନ ପ୍ରକାରର ଅଘଟଣ ଘଟିଥାଏ। ଏହାକୁ ଏଡାଇବା ପାଇଁ ସବୁ ନଦି ପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ମୁତୟନ ହେବେ। ୪ଟି ସ୍ଥାନରେ ଷ୍ଟାଈକିଙ୍ଗ ଫୋର୍ସ ମୁତୟନ ହେବେ ଓ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ରହିବେ। ଯେଉଁମାନେ ଦୁର୍ଘଟଣା ଘଟି ମେଡିକାଲ ଆସିବେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସହଯୋଗ କରିବେ ।
ଏଥିସହିତ ୪ ଜଣ ଏଡିସିପି ସୁପରଭାଇଜ କରିବେ। ୭ ଏସିପି, ୨୮ ଆଇଆଇସି,୫୭ ଜଣ ଏସଆଇ, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି କୁହାଯାଇଛି । ପୁରୀ କେନାଲ, କୁଆଖାଇ, ଦୟା, ବାଳକାଟି କେନାଲ,ବିନ୍ଦୁସାଗର, କେଦାରଗୌରୀ, ଗୁଆଝରରେ ନଜର ରଖିବ ପୋଲିସ । ବିଭିନ୍ନ ସ୍ଥାନରେ ସ୍ପେଶାଲ ଟିମ ଚେକ କରିବେ। ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ନଜର ମଧ୍ୟ ରଖିବେ ।