ଶ୍ରୀ ହରିବଳଦେବ ଜିଉଙ୍କ ଦର୍ଶନ କଲେ 5T ସଚିବ ଭିକେ ପାଣ୍ଡିଆନ
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ 5T ସଚିବ ଭିକେ ପାଣ୍ଡିଆନ । ଗତକାଲିଠାରୁ ୨ ଦିନିଆ ମୟୂରଭଞ୍ଜ ଗସ୍ତରେ ଆସି କପ୍ତିପଦା, ପଞ୍ଚପିଢ଼, ବାମନଘାଟି ଉପଖଣ୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆଜି ଦ୍ବିତୀୟ ଦିନରେ ବାରିପଦା ଶ୍ରୀ ହରିବଳଦେବ ଜିଉଙ୍କ ଦର୍ଶନ କରିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦ ଦଫା ଦାବି ନେଇ 5T ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ମନ୍ଦିର ସେବାୟତ । ବାରିପଦା ଦେବତ୍ତ୍ବର କାର୍ଯ୍ୟାଳୟରେ ସ୍ଥାୟୀ ଅଫିସର ନିଯୁକ୍ତି , ମହାପ୍ରଭୁଙ୍କ ୪୪ହଜାର ଏକର ଜମିର ପୁନରୁଦ୍ଧାର, ମନ୍ଦିର ଚତୁର୍ପାର୍ଶ୍ବର ଜମି ଅଧିଗ୍ରହଣ କରି ମନ୍ଦିର ପରିକ୍ରମା ପାଇଁ ବ୍ୟବସ୍ଥା କରିବା ଭଳି ଦାବି ରଖିଛନ୍ତି ସେବାୟତ ।