୨୧ରେ ଓଡିଶା ବନ୍ଦ ଡାକରା ଦେଲା ନବନିର୍ମାଣ କୃଷକ ସଙ୍ଗଠନ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣତନ୍ତ୍ର ବଞ୍ଚାଅ-ଚାଷୀ ବଞ୍ଚାଅ ଆହ୍ବାନରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆସନ୍ତା ୨୧ରେ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ, ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ, ରାଜ୍ୟରେ ନିରଙ୍କୁଶ ତାନାସାହି ଶାସନ ଚାଲିଛି । ଏକ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କର ମତବ୍ୟକ୍ତ ଏବଂ ଆନ୍ଦୋଳନ କରିବାର ଅଧିକାର ରହିଛି । ହେଲେ ଦେଶର ଅନ୍ନଦାତା ବୋଲି କୁହାଯାଉଥିବା ଚାଷୀର ଏହି ଅଧିକାରକୁ ପୋଲିସ୍‌ ଛଡ଼ାଇ ନେଉଛି । ଗତ ୬ତାରିଖରେ ହେଉ ଅଥବା ୨୦୧୮ ଅକ୍ଟୋବର ୨୯ରୁ ନଭେମ୍ବର ୫, ସବୁବେଳେ ପୋଲିସ୍‌ ଚାଷୀଙ୍କ ଭୁବନେଶ୍ୱର ପ୍ରବେଶ ଉପରେ ରୋକ ଲଗାଇଛି । ଘରୁ କର୍ମୀଙ୍କୁ ଉଠାଇ ଆଣି ପୋଲିସ୍‌ ଧମକାଉଛି । ଆଚରଣବିଧି ଲାଗୁ ପୂର୍ବରୁ ଚାଷୀର ଧାନ ଦର ୨୯୩୦ଟଙ୍କା କରିବା, ପେନ୍‌ସନ ପାଇଁ ଅର୍ଥ ବରାଦ ଓ ପୋଲିସ୍‌ର ଗଣତାନ୍ତ୍ରିକ ଅଧିକାର ଉପରେ ମାତ୍ରାଧିକ ବଳ ପ୍ରୟୋଗ ବିରୁଦ୍ଧରେ ଫେବୃୟାରୀ ୨୧ରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯିବ ବୋଲି ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।

Leave a comment