କିଛି ରାଜ୍ୟରେ ଗଣତନ୍ତ୍ର ଦିବସରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି କଲା ଇଣ୍ଟେଲିଜେନ୍ସ ବ୍ୟୁରୋ

0

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ, ପଞ୍ଜାବ ସମେତ ଦେଶର ଅନ୍ୟ କିଛି ସହରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି । ଭାରତର ଗୁଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ ଏ ସମ୍ପର୍କରେ ଆଲର୍ଟ ଜାରି କରିଛି । ଏହି ଆଲର୍ଟରେ କୁହାଯାଇଛି ଯେ ଦେଶର କିଛି ପ୍ରମୁଖ ସହରରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ଚେଷ୍ଟା ଚାଲିଛି ।

ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଇସଲାମୀ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଓ ଅଲକାଏଦା ଏପରି ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ।

ଗଣତନ୍ତ୍ର ଦିବସ ଅର୍ଥାତ ଜାନୁଆରୀ 26 ତାରିଖ ଆଖପାଖରେ ଏଭଳି ଆତଙ୍କବାଦୀ ଆକ୍ରମଣ କରାଇବାକୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମର ଲୋକ ମାନଙ୍କର ସାହାଯ୍ୟ ନେଉଛନ୍ତି । ସୁରକ୍ଷା ଏଜେନ୍ସି ମାନଙ୍କୁ ଏ ସମ୍ପର୍କରେ ଏକ ଗୋପନୀୟ ରିପୋର୍ଟ ମିଳିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶରେ ଆୟୋଜିତ ହେବାକୁ ଥିବା ଜି-20 ସମିଟ ଉପରେ ମଧ୍ୟ ଇସଲାମିକ ଷ୍ଟେଟ, ଅଲକାଏଦାର ସାଇବର ୱିଙ୍ଗ ସାଇବର ସ୍ପେସରେ ଖୁବ ସକ୍ରିୟ ହୋଇ ସାରିଛି । ଏହି ସମିଟ ସମୟରେ ବଡ ସାଇବର ଆକ୍ରମଣ କରିବାର ଯୋଜନାରେ ଅଛନ୍ତି ।

ଆଇଏସଆଇ ନିଜର ସ୍ଲିପର ସେଲ ଓ ରୋହିଙ୍ଗିଆ ମାନଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରି ପାରେ । ଦିଲ୍ଲୀ ଓ ପଞ୍ଜାବରେ ଆର଼଼ଡିଏକ୍ସ ଦ୍ୱାରା ବ୍ଲାଷ୍ଟ କରାଯାଇ ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସେ୍ହିପରି ଅଲକାଏଦା ର ଆତଙ୍କବାଦୀ ଲୋନ ୱଲ୍ଫ ଆଟାକ୍ କରିବାର ଯୋଜନା କରୁଛନ୍ତି । ଯୋଜନା ମୁତାବକ ଯଦି ଜାନୁଆରୀ ୨୬ ତାରିଖ ବେଳକୁ ଆତଙ୍କବାଦୀ ଆକ୍ରମଣ ଯୋଜନା ଫେଲ ମାରିଲା ତେବେ ଜି -୨୦ ସମିଟ ବେଳେ ଆତଙ୍କବାଦୀ ଆକ୍ରମଣ ଦିଲ୍ଲୀରେ କରିବାକୁ ଯୋଜନା ରହିଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ଓ ପଂଜାବକୁ ଟାର୍ଗେଟ କରିବାକୁ ରୋହିଙ୍ଗିଆ ଓ ଦୁଇ ବଙ୍ଗଳାଦେଶୀ ସଂଗଠନ ଅନସାରୁଲ ବାଂଲା ଓ ଜମାତ- ଉଲ ମୁଜାହିଦ୍ଦିନର ବ୍ୟବହାର କରିବାକୁ ଆଇଏସଆଇ ଯୋଜନା କରିଛି । ସେହିପରି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ବା ପିଏଫଆଇ ଉପରୁ ବ୍ୟାନ ଲଗାଯିବା ପରେ ଏହାର ଲୋ ପ୍ରଫାଇଲ ୱିଙ୍ଗ ସକ୍ରିୟ ହୋଇ ପାରେ ଓ ଏକ ସ୍ଲିପର ସେଲ ଭଳି ଗରିଲା ଆକ୍ରମଣ ମଧ୍ୟ କରି ପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ସେହିପରି ପାକିସ୍ତାନ ସମର୍ଥିତ ଖଲିସ୍ତାନୀ ଆତଙ୍କବାଦୀ ମାନେ ଦିଲ୍ଲୀ ଓ ପଂଜାବରେ ଆତଙ୍କବାଦୀ ଆକ୍ରମଣ କରାଇ ପାରନ୍ତି ବୋଲି କୁହା ଯାଇଛି । ତେଣୁ ପବରେ ମଧ୍ୟ କଡା ନଜର ରଖିବାକୁ କୁହାଯାଇଛି।

 

Leave a comment