ଏଣିକି ହଜ୍‌ ଯାତ୍ରାରେ ଭିଆଇପି କୋଟା ହେଲା ବନ୍ଦ

0

କେନ୍ଦ୍ର ସରକାର ହଜ୍ ଯାତ୍ରାକୁ ନେଇ ନେଇଛନ୍ତି ବଡ ନିଷ୍ପତ୍ତି। ଏବେ ହଜ୍‌ ଯାତ୍ରାରେ ଭିଆଇପି କଲଚର ସମ୍ପୂର୍ଣ୍ଣ ଭାବରେ ଶେଷ କରିଦିଆଯାଇଛି। ହଜ୍ ଯାତ୍ରା ପାଇଁ ଭିଆଇପି କୋଟାର ସଂରକ୍ଷିତ ସିଟ୍‌କୁ ଶେଷ କରିଦିଆଯାଇଛି। ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି,ସଂଖ୍ୟା ଲଘୁ ମନ୍ତ୍ରୀଙ୍କ ସହିତ ହଜ୍ କମିଟିକୁ ଆବଣ୍ଟିତ ପ୍ରାୟ ଭିଆଇପି କୋଟାକୁ ଶେଷ କରିଦିଆଯାଇଛି। ୨୦୧୨ ରେ ୫୦୦୦ ଭିଆଇପି କୋଟା ଲାଗୁ କରାଯାଇଥିଳା। ହେଲେ ଏବେ ଏହି କୋଟାକୁ ଶେଷ କରିଦିଆଯାଇଛି।

ଏବେ ଭିଆଇପି କୋଟାର ସିଟ୍‌କୁ ସାଧାରଣ ଜନତାଙ୍କ ଭିତରେ ସିଧା ସଳଖ ଭାବରେ ଆବଣ୍ଟିତ କରାଯିବ। ଏହି କଥାର ଖୁଲାସା କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ସ୍ମୃତି ଇରାନୀ ସୂଚନା ଦେଇଛନ୍ତି। କରୋନା ମହାମାରୀକୁ ନେଇ ଚିନ୍ତା କରାଯାଉଛି। କରୋନା ମହାମାରୀକୁ ନେଇ ଚିନ୍ତା ପାଇଁ କଟକଣାକୁ କମ୍ କରାଯିବା ପରେ ସାଉଦି ଆରବରେ ବାର୍ଷିକ ହଜ୍‌ ଯାତ୍ରା ଚଳିତ ବର୍ଷ ମହାମାରୀର ପୂର୍ବସ୍ତରରେ ପହଞ୍ଚିବାର ଆଶା ରହିଛି।

୨୦୨୯ ରେ ୨୪ ଲକ୍ଷ ଲୋକ ବାର୍ଷିକ ଯାତ୍ରାରେ ଭାଗ ନେଇଥିଲେ, କିନ୍ତୁ ୨୦୨୦ ରେ ମହାମାରୀ କାରଣରୁ ଲଗାଯାଇଥିବା ଲକଡାଉନ୍‌ କାରଣରୁ ସାଉଦି ଆରବ ହଜଯାତ୍ରୀଙ୍କ ସଂଖ୍ୟା କେବଳ ୧୦୦୦ ପର୍ଯ୍ୟନ୍ତ ସୀମିତ କରିଦେଇଛି। ଏହି ପଦକ୍ଷେପ ଅଦ୍ଭୁତପୂର୍ବ ଥିଲା, କାରଣ ୧୯୧୮ର ଫ୍ଲୁ ମହାମରୀ ବେଳେ ମଧ୍ୟ ଏଭଳି କରାଯାଇନଥିଲା, ଯେତେବେଳେ ସାରା ବିଶ୍ବରେ କୋଟି କୋଟି ଲୋକଙ୍କର ଜୀବନ ରୋଗରେ ଯାଇଥିଲା। ୨୦୨୧ ରେ ସାଉଦି ଆରବର ପ୍ରାୟ ୬୦ ହଜାର ନିବାସୀଙ୍କୁ ହଜ୍‌ ଯାତ୍ରାର ଅନୁମତି ଦିଆଯାଇଥିଲା। ଗତ ବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ବାର୍ଷିକ ଧାର୍ମିକ ଯାତ୍ରା କରଥିଲେ। ଚଳିତ ବର୍ଷ ଭାରତରୁ ୧.୭୫ ଲକ୍ଷ ଲୋକ ଯାତ୍ର କରିବାର ସମ୍ଭାବନା ରହିଛି।

 

Leave a comment