ଅର୍ଚ୍ଚନାଙ୍କ ଡିଜିଟାଲ୍ ପ୍ରମାଣକୁ ସିଏଫ୍ଏଲ ପଠାଇବାକୁ ଇଡିର ଆବେଦନ
ବ୍ଲାକ୍ମେଲ୍ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଡିଜିଟାଲ୍ ପ୍ରମାଣକୁ କେନ୍ଦ୍ରୀୟ ଫରେନସିକ୍ ପରୀକ୍ଷାଗାରକୁ (ସିଏଫ୍ଏଲ) ପଠାଇବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଦାଲତରେ ଆବେଦନ କରିଛି। ଜିଲ୍ଲା ଦୌରା ଜଜ୍ଙ୍କ ପାଖରେ ଇଡି ଓକିଲ ଏନେଇ ଆବେଦନ କରିଛନ୍ତି।
ଏସଏଫଏସଏଲ୍ ସଠିକ୍ ତଥ୍ୟ ଦେବାରେ ବିଫଳ ହୋଇଛି ବୋଲି ଇଡି କହିଛି। ତେଣୁ ଏହି ଡିଜିଟାଲ୍ ପ୍ରମାଣକୁ ଫରେନସିକ୍ ପରୀକ୍ଷାଗାର ପଠାଇବାକୁ ଆବେଦନ କରାଯାଇଛି। ସେପଟେ ଅଦାଲତରେ ଭିଡିଓ କଲ୍ ମାଧ୍ୟମରେ ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ହାଜର ହୋଇଥିବା ଜଣାପଡ଼ିଛି।