ମହାପ୍ରଭୁଙ୍କ ଗର୍ଭଗୃହରେ ମୂଷା ଓ ଅସରପା ଆତଙ୍କ !

0

ମହାପ୍ରଭୁଙ୍କ ଗର୍ଭଗୃହରେ ମୂଷା ଓ ଅସରପା ଆତଙ୍କ । ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ବିପଦ ସୃଷ୍ଟି କରିଛନ୍ତି ମୂଷା ଓ ଅସରପା। ରତ୍ନ ସିଂହାସନରେ ବଡ଼ ବଡ଼ ମୂଷା ସହ ଅସରପା ଆତଙ୍କ ସୃଷ୍ଟି କରିଛନ୍ତି । ମୂଷାମାନେ କନକମୁଣ୍ଡି ଚାନ୍ଦୁଆରେ ରହୁଛନ୍ତି ।

ମୂଷା ଓ ଅସରପା ଶ୍ରୀଅଙ୍ଗକୁ ଖରାପ କରୁଥିବା ବେଳେ ଶ୍ରୀଅଙ୍ଗ ଓ ଖଣ୍ଡୁଆ ପାଟକୁ ବି ବହୁ ସମୟରେ ନଷ୍ଟ କରି ଦେଉଛନ୍ତି। ଏନେଇ ବହୁବାର ପ୍ରଶାସନ ପକ୍ଷରୁ ମୂଷା ଧରିବାକୁ ବ୍ୟବସ୍ଥା ହୋଇଛି, ତଥାପି କୌଣସି ସୁଫଳ ମିଳିନଥିବା ସେବାୟତଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିଛି ।

ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡିଙ୍କୁ ମଧ୍ୟ କାଟିଛନ୍ତି । ଗର୍ଭଗୃହରେ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଏବେ ସଙ୍କଟରେ । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ମୂଷା ଗୁଡିକ ହାତେ ଲମ୍ବା । ଏବେସୁଦ୍ଧା ଏହି ମୂଷା ଗୁଡିକ ରତ୍ନସିଂହାସନରେ ଠାକୁରଙ୍କୁ ରୁଦ୍ଧା ଯାଇଥିବା ନାଗନାଗୁଣୀ ଦଉଡିର ଯଥେଷ୍ଟ ନଷ୍ଟ ହୋଇସାରିଛି ।

Leave a comment