ପୁଣିଥରେ କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶନୀ
ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ମାମଲାରେ ପୁନର୍ବାର ବର୍ଷା ପରିବାର କୋର୍ଟରେ ହାଜର ହୋଇଛନ୍ତି। ଆଜି ପୁଣି ବର୍ଷାଙ୍କୁ ଜେରା କରାଯିବ ।
ସୂଚନା ମୁତାବିକ, ସୋମବାର ବର୍ଷାଙ୍କୁ ପରିବାର ଅଦାଲତରେ ଜେରା ହୋଇଥିଲେ ।କିନ୍ତୁ ଅଦାଲତରେ ଉପସ୍ଥିତ ବର୍ଷାଙ୍କ ଜେରା ସୋମବାର ଅସମ୍ପୂର୍ଣ୍ଣ ରହିଥିଲା । ତେଣୁ ମଙ୍ଗଳବାର ପୁନର୍ବାର ପରିବାର ଅଦାଲତରେ ହାଜର ହୋଇଛନ୍ତି ବର୍ଷା। ଦ୍ୱିତୀୟ ଦିନରେ ଜେରାର ସମ୍ମୁଖୀନ ହେବେ।