ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଲେ ଆତ୍ମହତ୍ୟା
ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ହତ୍ୟା ମାମାଲରେ ସଜା କାଟୁଥିବା ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଥିବା ଏକ ଛୋଟ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଏହି ଘଟଣା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଆଜି କୋର୍ଟରେ ହାଜର ହୋଇ ଥାଆନ୍ତେ ଗୋବିନ୍ଦ, ହେଲେ ତା’ ପୂର୍ବରୁ ସେ ନିଜର ଜୀବନ ନେଇ ଯାଇଛନ୍ତି । ତେବେ କିଭଳି ଜେଲ୍ ଭିତରେ ସେ ଏପରି କରିଛନ୍ତି, ତାହା ଅସ୍ପଷ୍ଟ ରହିଛି ।
କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ଥିବା ମମିତା ମେହେର ୨୦୨୧ ଅକ୍ଟୋବର ୮ ତାରିଖରେ ନିଖୋଜ ଥିଲେ । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ତତ୍ପର ହୋଇ ଉଠିଥିଲା । ତେବେ ଗୋବିନ୍ଦ ସାହୁର ନାଁ ସାମ୍ନାକୁ ଆସିବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା । ଏହା ପରେ ଗୋବିନ୍ଦକୁ ଧରି ଜେରା କରିଥିଲା । ଜେରା ପରେ ପୂରା କାହାଣୀ ସାମ୍ନାକୁ ଆସିଥିଲା।