ପିତା-ମାତା ହେବା ପରେ ଭୁଲରେ ରଖନ୍ତୁ ନାହିଁ ଏହି ଅଭ୍ୟାସ, ନହେଲେ ପିଲାମାନେ ଶିଖିବେ ଆପଣଙ୍କ ଠାରୁ ସେହି ବଦଭ୍ୟାସ
କୁହାଯାଏ ଯେ ପିତା-ମାତା ସ୍ଥାନ ଅଧିକାର କରିବା ଜୀବନର ସବୁଠୁ ଗୁରୁତ୍ୱପୂର୍ଣ ବା ମୂଲ୍ୟବାନ ସମୟ ଅଟେ l ଯେତେବେଳେ ଛୁଆଟିଏ ଦୁନିଆକୁ ଆସିଥାଏ, ତେବେ ଆପଣଙ୍କ ନିକଟରେ ସବୁଠୁ ଗୁରୁତ୍ୱପୂର୍ଣ ଥାଏ ଆପଣ କିପରି ନିଜକୁ ଗୋଟିଏ ଭଲ ମଣିଷ ଭାବରେ ପ୍ରତିପାଦିତ କରିବେ l ଯାହାଦ୍ୱାରା ଆପଣଙ୍କ ଲାଳନପାଳନ ଠିକ ଭାବରେ ହୋଇପାରିବ l ତେଣୁକରି ଆପଣଙ୍କୁ ନିଜର ଅଭ୍ୟାସରେ କିଛିଟା ପରିବର୍ତନ କରିବାକୁ ପଡିବ l
ଆସନ୍ତୁ ଜାଣିବା ପିତାମାତା ହେବା ପରେ କେଉଁସବୁ ଅଭ୍ୟାସ ପରିତ୍ୟାଗ କରିବା ଜରୁରୀ -:
– କ୍ରୋଧ ନିୟନ୍ତ୍ରଣ କରନ୍ତୁ –
ଆପଣ ଯଦି ଜଣେ ସର୍ଟ ଟେମ୍ପରାମେଣ୍ଟ ର ବ୍ୟକ୍ତି ତେବେ ପିତୃତ୍ୱ ଓ ମାତୃତ୍ୱ ଲାଭ କରିବା ପରେ ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ l ଏହାଦ୍ୱାରା ଘରର ବାତାବରଣ ରେ ନକାରାତ୍ମକ ଉର୍ଜା ବୃଦ୍ଧି ପାଇବ ଓ ଆପଣଙ୍କ ପିଲା ଉପରେ ମଧ୍ୟ ଖରାପ ପ୍ରଭାବ ପଡିବ l ଧୀରେ ଧୀରେ ଆପଣଙ୍କ ସନ୍ତାନ ମଧ୍ୟ ସେହି ରାସ୍ତା ଆପଣାଇ ଛୋଟ ଛୋଟ କଥାରେ ନିଜର ପ୍ରତିକ୍ରିୟା ରଖିବ l
– ଧୁମ୍ରପାନ ଓ ମଦ୍ୟପାନ ତ୍ୟାଗ କରନ୍ତୁ –
ଆଜିର ଆଧୁନିକ ଯୁଗରେ ଅନେକ ପିତାମାତା ମଦ୍ୟପାନ ଓ ଧୁମ୍ରପାନ ରେ ଲିପ୍ତ ରହୁଛନ୍ତି l ଉଭୟଙ୍କ ଏହି ଅଭ୍ୟାସ ପିଲାର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ , ଯାହାକି ଠିକ ନୁହେଁ l ତେଣୁ ପିତାମାତା ସେଥିପ୍ରତି ସତର୍କ ରୁହନ୍ତୁ l
– ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦୂର କରନ୍ତୁ –
ସ୍ୱାମୀସ୍ତ୍ରୀ ଙ୍କ ମଧ୍ୟରେ ପ୍ରତ୍ୟେକ ପରିବାରରେ ସଦା ସର୍ବଦା କଳି ଝଗଡା ହୋଇଥାଏ , କିନ୍ତୁ ବେଳେବେଳେ ଏହା ଏତେବଡ ଭୟଙ୍କର ରୂପ ନେଇଥାଏ ଯାହାର ପରିଣାମ ଭୟାବହ ହୋଇଥାଏ l କିନ୍ତୁ ଏହି ଝଗଡା ଓ ଗଣ୍ଡଗୋଳ ପିଲାମାନଙ୍କ ମେଣ୍ଟାଲ ହେଲ୍ଥ ଉପରେ ପ୍ରଭାବ ପକାଇଥାଏ l
– ସବୁବେଳେ ନେଗେଟିଭ କଥା କୁହନ୍ତୁ ନାହିଁ –
ବେଳେବେଳେ ମନ ଠିକ ରହି ନଥାଏ ଓ ମନରେ ଅନେକ ଖରାପ ଚିନ୍ତା ଆସିଥାଏ l କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ଏହା ପିଲା ଉପରେ ନେଗେଟିଭ ପକାଇଥାଏ , ପିଲାର ମେଣ୍ଟାଲ ଓ ଫିଜିକାଲ ଗ୍ରୋଥ ମଧ୍ୟ ଠିକ ରେ ହୋଇନଥାଏ l ତେଣୁ ମନରେ ସର୍ବଦା ସାତ୍ଵିକ ଭାବନା ରଖିବା ଉଚିତ l