ଭୁବନେଶ୍ୱର ରେଲୱେ ଷ୍ଟେସନ ବିଶ୍ରାମାଗାର ନିକଟରେ ଲାଗିଲା ନିଆଁ, ଦେଖନ୍ତୁ ଭିଡିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳେ ଭୁବନେଶ୍ୱର ରେଲୱେ ଷ୍ଟେସନର ଯାତ୍ରୀ ବିଶ୍ରାମାଗାର ନିକଟରେ ହଠାତ ନିଆଁ ଲାଗିଥିଲା । ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟରେ ଚିତ୍କାର କରି ଦୌଡ଼ିବା କରିଥିଲେ । ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ରେଲୱେ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଠିକ ସମୟରେ ନିଆଁ ଆୟତ୍ତ ହୋଇଯିବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଅସ୍ପଷ୍ଟ ରହିଛି ।
ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ୩୫ ମିନିଟରେ ଭୁବନେଶ୍ୱର ବିଶ୍ରାମଗାର ନିକଟରେ ଗଦାହୋଇଥିବା ଆଳିଆରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ ବ୍ୟାପିବାରେ ଲାଗିଲା । ରେଲୱେ ପୋଲିସ ଓ ସେ ସ୍ଥାନରେ ଉପସ୍ଥିତ ଥିବା ସାଧାରଣ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଆସି ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ ।