ବାଲିଯାତ୍ରା ଆରମ୍ଭ ପୂର୍ବରୁ ଅଘଟଣ; ମହାନଦୀରେ ଗାଧେଇବାବେଳେ ବୁଡି ଯାଇ ଜଣେ ନିଖୋଜ

0

ବାଲିଯାତ୍ରା ଆରମ୍ଭ ନହେଉଣୁ ମହାନଦୀରେ ଅଘଟଣ। ମହାନଦୀରେ ଗାଧେଇବା ବେଳେ ବୁଡି ଯାଇ ନିଖୋଜ ହୋଇଯାଇଛନ୍ତି ଜଣେ । ନିଖୋଜ ବ୍ୟକ୍ତି ଜଣଙ୍କ ବିହାର ମାଧେପୁରର ମହମ୍ମଦ ଇର୍ସାଦ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ବାଲିଯାତ୍ରାରେ ଖେଳନା ବ୍ୟବସାୟ କରିବା ପାଇଁ ବିହାରରୁ ପରିବାର ସହ ଆସିଥିଲେ ମହମ୍ମଦ ଇର୍ସାଦ।

ମଙ୍ଗଳବାର ସମ୍ପର୍କୀୟମାନଙ୍କ ସହ ଗାଧୋଇବା ସମୟରେ ବୁଡି ଯାଇଥିଲେ। ତେବେ ବାଲିଯାତ୍ରା ପଡିଆରେ ଥିବା ଅଗ୍ନିଶମ ବାହିନୀ ଖୋଜା ଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଇର୍ସାଦର କୌଣସି ପତ୍ତା ମିଳିନାହିଁ।

Leave a comment