ଅକ୍ଟୋବର ୧୭ରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ଓଡ଼ିଶା ନିବେଶକ ସମ୍ମିଳନୀ; ଯୋଗ ଦେବେ ମୁଖ୍ୟମନ୍ତ୍ରୀ

0

ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ବରରେ ଅନୁଷ୍ଠିତ ହେବ ହେବ ‘ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌’ର ତୃତୀୟ ସଂସ୍କରଣ। ଏହା ପୂର୍ବରୁ ଦେଶ ଓ ଦେଶ ବାହାରେ ଥିବା ପ୍ରମୁଖ ସହରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ନିବେଶକ ସମ୍ମିଳନୀ ଆୟୋଜନ କରାଯାଉଛି। ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ପରେ ଏବେ ହାଇଦ୍ରାବାଦରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।

ଆସନ୍ତା ଅକ୍ଟୋବର ୧୭ ତାରିଖରେ ହାଇଦ୍ରାବାଦରେ ଏହି ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ‌ଯୋଗ ଦେବେ। ଅନ୍ୟ ସହର ଗୁଡିକ ଭଳି ଏଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନିବେଶକମାନଙ୍କ ସହ ସିଧାସଳଖ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ନିମନ୍ତ୍ରଣ କରିବେ।

Leave a comment