ନୋବେଲ ପୁରସ୍କାର ୨୦୨୨; ମେଡିସିନ୍‌ ପାଇଁ ସ୍ୱାଣ୍ଟେ ପାବୋ ପାଇବେ ନୋବେଲ ପୁରସ୍କାର

0

ଚଳିତ ବର୍ଷ ମେଡିସିନ୍‌ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ସ୍ବିଡେନ୍‌ର ସ୍ବାଣ୍ଟେ ପାବୋ ପିଜିଓଲଜି ତଥା ମେଡିସିନ୍‌ରେ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହେବେ । ମାନବ ବିବର୍ତ୍ତନ ସଂପର୍କିତ ଗବେଷଣା ପାଇଁ ସେ ଏହି ପୁରସ୍କାରରେ ସମ୍ମାନିତ ହେବେ । ମାନବ ବିବର୍ତ୍ତନ ଓ ବିରଳ ହୋମିନିନର ଜିନୋମ୍‌କୁ ନେଇ ଅନେକ କିଛି ଆବିଷ୍କାର କରିଛନ୍ତି ସ୍ବାଣ୍ଟେ । ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ସମ୍ମାନରେ ସମ୍ମାନିତ କରାଯିବା ନେଇ ପୁରସ୍କାର ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଘୋଷଣା ହୋଇଛି ।

ସ୍ବିଡେନସ୍ଥିତ କାରୋଲିନ୍‌ସ୍କା ଅନୁଷ୍ଠାନରେ ନୋବେଲ ସଂସଦ ସ୍ବାଣ୍ଟେ ପାବୋଙ୍କୁ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ୨୦୨୨ ଦେବାକୁ ଘୋଷଣା କରିଛି । ୨୦୨୨ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଯାଇଛି । ପ୍ରଥମେ ଚିକିତ୍ସା କ୍ଷେତ୍ରରେ ସ୍ବାଣ୍ଟେ ପାବୋଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ ଘୋଷଣା କରାଯାଇଛି ।

ଅକ୍ଟୋବର ୧୦ ତାରିଖରେ ନୋବେଲ ଶାନ୍ତି, ଅର୍ଥଶାସ୍ତ୍ର ପାଇଁ ପୁରସ୍କାର ଘୋଷଣା କରାଯିବ । ଗତଥର ମେଡିକାଲ ଜଗତରେ ନୂଆ ଆବିଷ୍କାର ପାଇଁ ଡେଭିଡ୍‌ ଜୁଲିୟସ ଓ ଆର୍ଡେମ୍‌ ପାଟ୍ଟାପୁଟ୍ୟୁନ୍‌ଙ୍କୁ ପୁରସ୍କୃତ କରାଯାଇଥିଲା । ଏହିଦୁଇଜଣ ମାନବ ଶରୀରରେ ତାପମାତ୍ରା ଓ ସ୍ପର୍ଶକୁ କେଉଁଭଳି ଭାବରେ ଅନୁଭବ କରି ହେଉଛି ତାହାକୁ ନେଇ ଆଧାରିତ ଏକ ଗବେଷଣା କରିଥିଲେ ।

Leave a comment