ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ

ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବ। ଏନେଇ ଆଜି ଭାରତୀୟ ନିର୍ବଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅକ୍ଟୋବର ୭ରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଏହାପରେ ସେହିଦିନଠୁ ନାମାଙ୍କନ ଦାଖଲ ପ୍ରକ୍ରିଆ ଆରମ୍ଭ ହେବ। ଅକ୍ଟୋବର ୧୪ ଯାଏ ଚଲିବ ନାମାଙ୍କନ। ଅକ୍ଟୋବର ୧୪ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବା ବେଳେ ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ, ୧୭ରେ ପ୍ରତ୍ୟାହାର କରିବାର ଶେଷ ଦିନ ରହିବ।
ଏହାପରେ ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ନେଇ ଭୋଟ ଗ୍ରହଣ କରାଯିବ। ନଭେମ୍ବର ୬ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ।ନଭେମ୍ବର ୮ରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।