ଦେଶର ନୂତନ ଆଟର୍ଣ୍ଣି ଜେନେରାଲ୍ ହେଲେ ବରିଷ୍ଠ ଆଡଭୋକେଟ୍ ଆର ଭେଙ୍କଟରମଣି

0

ବରିଷ୍ଠ ଆଡଭୋକେଟ୍ ଆର ଭେଙ୍କଟରମଣିଙ୍କୁ ଭାରତର ନୂତନ ଆଟର୍ଣ୍ଣି ଜେନେରାଲ୍ ଭାବରେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ତାଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତ କରାଯାଇଛି। ସମ୍ପ୍ରତି ଭାରତର ଆଟର୍ଣ୍ଣି ଜେନେରାଲ ହେଉଛନ୍ତି କେ.କେ ଭେନୁଗୋପାଲ, ତାଙ୍କର କାର୍ଯ୍ୟକାଳ ଚଳିତ ମାସ ୩୦ ତାରିଖରେ ଶେଷ ହେଉଛି। ଭେନୁଗୋପାଳ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିବା ପରେ ସରକାର ବର୍ତ୍ତମାନ ନୂତନ ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି।

Leave a comment