ଅଟୋ ଓ ବାଇକ ଉପରେ ଚଢ଼ିଗଲା କାର୍ ; ୩ ମୃତ, ୫ ଆହତ
ଆଜି ସୁବର୍ଣ୍ଣପୁର ଜିଲ୍ଲା NH-୫୭ର ବଡ଼ବାହାଲୀ ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଛିଡା ହୋଇଥିବା ଅଟୋ ଓ ବାଇକକୁ ଏକ ଦ୍ରୁତଗାମୀ କାର୍ ଜୋରଦାର ଧକ୍କା ଦେଇଛି । ଫଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି ।
ବଲାଙ୍ଗୀରକୁ ଯାଉଥିବା ଏକ ଦ୍ରୁତଗାମୀ କାର ଏକ ଅଟୋ ଓ ବାଇକ୍କୁ ଧକା ଦେଇଥିଲା । ଅଟୋରେ ୮ ବ୍ୟବସାୟୀ କୌଣସି ସ୍ଥାନକୁ ଯାଉଥିଲେ । ତେବେ ଦୁର୍ଘଟଣା ଯୋଗୁଁ ଅଟୋରେ ଥିବା ବ୍ୟବସାୟୀଙ୍କ ମଧ୍ୟରୁ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ମୃତକମାନେ ସମସ୍ତେ ବଲାଙ୍ଗୀର ଜିଲ୍ଲା ରାଘପାଲି ଅଞ୍ଚଳର ବୋଲି ଜଣାପଡିଛି । ଅଟୋରେ ପନିପରିବା ଚାରା ବିକ୍ରି କରିବାକୁ ଆସୁଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି ବ୍ୟବସାୟୀ ।
ସେପଟେ କାର୍ ଥିବା ୨ ଜଣ ମଧ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ କାର ଚାଳକ ଫେରାର ହୋଇଥିବା ସୂଚନା ମିଳିଛି । ଗାଡି ଭିତରୁ ଗୋଟିଏ ପୋଲିସ ପୋଷାକ ମିଳିଥିବାରୁ ସେଥିରେ ପୋଲିସ ବିଭାଗର ଅଧିକାରୀ ଓ ଅନ୍ୟମାନେ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ସମ୍ପର୍କରେ ଏଯାଏଁ କିଛି ତଥ୍ୟ ମିଳିପାରିନାହିଁ, ଅନ୍ୟପଟେ ସମସ୍ତ ମୃତାହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।