ବଢୁଛି ଉଦ୍ଧବ ଠାକରେଙ୍କ ଅଡ଼ୁଆ; ଆସନ୍ତାକାଲି ଫ୍ଲୋର ଟେଷ୍ଟ
ଉଦ୍ଧବ ଠାକରେଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ ଲାଗି ଫ୍ଲୋର ଟେଷ୍ଟ ଦେବାକୁ କହିଛନ୍ତି। ଆସନ୍ତାକାଲି ସନ୍ଧ୍ୟା ୫ଟାରେ ଫ୍ଲୋର ଟେଷ୍ଟ ପାଇଁ ଉଦ୍ଧବ ଠାକରେଙ୍କୁ କହିଛନ୍ତି ରାଜ୍ୟପାଳ। ଆସନ୍ତାକାଲି ସେସନର ଭିଡିଓ ରେର୍ଡ଼ ପାଇଁ କହିଛନ୍ତି ରାଜ୍ୟପାଳ। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ବିଧାସଭାରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ। ଏଥିରେ କେବଳ ଫ୍ଲୋର ଟେଷ୍ଟ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା ହେବ। ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ଦଳରୁ ୩୯ ଜଣ ବିଧାୟକ ସମର୍ଥନ ପ୍ରତ୍ୟାର ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ରାଜ୍ୟପାଳ କହିଛନ୍ତି ଯେ, ମହାରାଷ୍ଟ୍ରରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନାଭିସ ଗତକାଲି ତାଙ୍କୁ ଭେଟି ସରକାରଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ଦାବି କରିଥିବା ରାଜ୍ୟପାଳ କହିଛନ୍ତି।
ସେପଟେ ଫ୍ଲୋର୍ ଟେଷ୍ଟ ସମ୍ପର୍କରେ ଗତକାଲି ଦେବେନ୍ଦ୍ର ଫଡ଼ନାଭିସ୍ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଦାବି ଜଣାଇଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଉଦ୍ଧବ ସରକାର ଏବେ ଅଳ୍ପମତରେ ଥିବା ଜଣାଇବା ସହିତ ରାଜ୍ୟପାଳଙ୍କୁ ଭେଟି ବହୁମତ ସାବ୍ୟସ୍ତ ପାଇଁ ଦାବି କରିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ । ରାଜ୍ୟରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।