ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ଏତଲା

0

ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଥାନାରେ ଏତଲା। ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ତାଙ୍କ ନାଁରେ ଏତଲା ଦିଆଯାଇଛି । ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ସୋସିଆଲ ମିଡିଆରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।

ଯାହାକୁ ନେଇ ଦେଶବ୍ୟାପୀ ରାମଗୋପାଲଙ୍କୁ ସମାଲୋଚନା କରାଯାଇଥିଲା । ଜଣେ ଫିଲ୍ମ ନିର୍ମାତାଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଥିଲେ ସାଧାରଣ ଲୋକେ । ଆଜି ଏ ନେଇ ରାଇରଙ୍ଗପୁର ବିଜେପି ପକ୍ଷରୁ ଟାଉନ ଥାନାରେ ଏକ ଏତଲା ଦିଆଯାଇଛି।

ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ଦେଇ ସାରା ଦେଶରେ ଅପମାନିତ କରାଯିବା ପରି ଘୃଣ୍ୟ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ଥାନୀୟ ବିଜେପି ନେତୃବୃନ୍ଦ କ୍ଷୋଭ ପ୍ରକାଶ କରିଛନ୍ତି । ଏହାସହ ଏପରି ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜ ଓ ନାରୀ ଜାତି ପ୍ରତି ଅସୁୟା ମନୋଭାବର ପରିଚୟ ପ୍ରଦାନ କରୁଛି। ରାମ ଗୋପାଳ ବର୍ମାଙ୍କୁ ଗିରଫ କରା ନଗଲେ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ବିଜେପି ।

ମିଳିଥିବା ସୂଚନା ମୁତାବକ, ରାମ ଗୋପାଳ ବର୍ମା ଗତ ୨୨ ତାରିଖରେ ଏକ ଟ୍ୱିଟ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ କି, ଯଦି ଦ୍ରୌପଦୀ ରାଷ୍ଟ୍ରପତି ତେବେ ପାଣ୍ଡବ କିଏ? ଏବଂ ଏହାଠାରୁ ବି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌରବ କିଏ ? ତାଙ୍କର ଏପରି ଟ୍ୱିଟ ପରେ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଥିଲା । ତେବେ ଫିଲ୍ମ ନିର୍ମାତା ରାମଗୋପାଲ ବର୍ମାଙ୍କ ବିରୋଧରେ ତେଲେଙ୍ଗାନାରେ ମଧ୍ୟ ବିରୋଧ ଦେଖାଯିବା ସହ ତାଙ୍କ ବିରୋଧରେ ଏତଲା ଦିଆଯାଥିଲା ଆଜି ରାଇରଙ୍ଗପୁରରେ ଦିଆଯାଇଛି ଏତଲା ।

Leave a comment