ସୋନିଆଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଦିଲ୍ଲୀରେ ଏତଲା ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୀଡିତ ମହିଳାଙ୍କ ସ୍ୱାମୀଙ୍କ ୨୦୨୦ରୁ ମୃତ୍ୟୁ ହୋଇଥିଲା। ତାଙ୍କର ପରଲୋକ ପରେ ପୀଡିତା ଚାକିରି ପାଇଁ ବିଭିନ୍ନ ସ୍ଥାନକୁ ଯାଇଥିଲେ । ସେହି ସମୟରେ ସେ ପିପି ମାଧବନଙ୍କ ସଂପର୍କରେ ଆସିଥିଲେ । ପିପି ବାଧବନ ସାକ୍ଷାତକାର ପାଇଁ ମହିଳାଙ୍କୁ ଡାକିଥିଲେ । ପୀଡିତା ଦାବି କରିଛନ୍ତି ଯେ, ମାଧବନ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ।
ଅଭିଯୋଗରେ କୁହାଯାଇଛି ଯେ, ମାଧବନ ପୀଡିତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ସେ ବିନା ସହମତିରେ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ ଚାହିଁଥିଲେ । ପୀଡିତା ଦାବି କରିଛନ୍ତି ଯେ, ଚଳିତ ବର୍ଷ ଫେବ୍ରୁଆରୀରେ ମାଧବନ ତାଙ୍କୁ ସୁନ୍ଦରନଗରର ଏକ ଫ୍ଲାଟକୁ ନେଇକି ଯାଇଥିଲେ । ମାଧବନ ସେଠାରେ ପୁଣି ଥରେ ମହିଳାଙ୍କ ସହମତି ବିନା ତାଙ୍କ ସହିତ ସଂପର୍କ ରଖିବାକୁ ଉଦ୍ୟମ କରିଥିଲେ । ମହିଳାଙ୍କ କହିବା ଅନୁସାରେ ଉତ୍ତମ ନଗର ମେଟ୍ରୋ ଷ୍ଟେସନ ପାଖରେ ମାଧବନଙ୍କ ଗାଡ଼ିରେ ତାଙ୍କ ସହିତ ବଳପୂର୍ବକ ହୋଇଥିଲା । ମାଧବନ ଲଗାତାର ତାଙ୍କୁ ହ୍ୱାଟ୍ସଆପ ଜରିଆରେ କଲ ମଧ୍ୟ କରନ୍ତି ।
ଅନ୍ୟପଟରେ ମାଧବନଙ୍କ ପକ୍ଷରୁ କୁହାଯାଇଛି ଯେ, ମହିଳାଙ୍କ ଅଭିଯୋଗ ଭିତ୍ତିହୀନ । ତାଙ୍କୁ ଫସାଇବା ପାଇଁ ଏହା ଷଡ଼ଯନ୍ତ୍ର କରାଯାଇଛି ।