ଚର୍ଚ୍ଚରେ ଆଖିବୁଜା ଗୁଳିମାଡ଼ ଓ ବିସ୍ଫୋରଣ, ୫୦ରୁ ଅଧିକ ମୃତ

0

ଅବୁଜା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚର୍ଚ୍ଚରେ ଲୋକମାନେ ପ୍ରାର୍ଥନା କରୁଥିବା ବେଳେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ନାଇଜେରିଆର ଦକ୍ଷିପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ କ୍ୟାଥୋଲିକ ଚର୍ଚ୍ଚରେ ଏପରି ଭୟଙ୍କର ଘଟଣା ଘଟିଛି।

ପୁଲିସ୍ କହିଛି ଯେ ରବିବାର ଶତାଧିକ ଲୋକ ଚର୍ଚ୍ଚ ଭିତରେ ଓ ବାହାରେ ଏକତ୍ରୀତ ହୋଇଥିଲେ। ଏହି ସମୟରେ କିଛି ବନ୍ଧୁକଧାରୀ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିସହ ସେମାନେ ବିସ୍ଫୋରଣ ମଧ୍ୟ କରିଛନ୍ତି। ଏହି ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲାମାନେ ବି ରହିଛନ୍ତି। ବନ୍ଧୁକଧାରୀମାନେ ଚର୍ଚ୍ଚର ଫାଦରଙ୍କୁ ମଧ୍ୟ ଅପହରଣ କରି ନେଇଛନ୍ତି। ତାଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

Leave a comment