ଏହି ୪ ଟି ଜିନିଷ ଭୁଲରେ ବି କାହାକୁ ଉପହାର ଦିଅନ୍ତୁ ନାହିଁ, ଘର ଛାଡି ଚାଲି ଯାଆନ୍ତି ମା’ ଲକ୍ଷ୍ମୀ

0

ଉପହାର ପ୍ରଦାନ କଲେ ଏଥିରେ ବହୁତ ଆନନ୍ଦ ମିଳିଥାଏ । ପ୍ରତ୍ୟେକ ବ୍ୟକ୍ତି କୁ ଉପହାର ବହୁତ ପସନ୍ଦ ହୋଇ ଥାଏ । ସେ ପୁରୁଷ ହେଉ କିମ୍ବା ସ୍ତ୍ରୀ କିମ୍ବା ବୃଦ୍ଧ ହେଉ କିମ୍ବା ଛୋଟ ପିଲା ସମସ୍ତେ ଚାହାନ୍ତି କି ତାଙ୍କୁ ଉପହାର ରୂପରେ କିଛି ଭଲ ଜିନିଷ ମିଳି ଯାଉ । ବେଳେ ବେଳେ ଆମେ କୌଣସି ଖାସ ବ୍ୟକ୍ତି ଙ୍କୁ ଉପହାର ଦେବା ପାଇଁ ତାର ପସନ୍ଦ ଏବଂ ନାପସନ୍ଦ କଣ । କିମ୍ବା ତାକୁ କୌଣସି ଜିନିଷ ର ଆବଶ୍ୟକତା ରହିଛି କି ନାହିଁ ତାହା ମଧ୍ୟ ଦେଖିଥାଉ ଏବଂ ଯଦି ସେମିତି ଆମେ କାହାକୁ ଉପହାର ଦେବାର ଥାଏ ତେବେ ଆମେ କେବଳ ମୁଲ୍ୟ କୁ ହିଁ ଦେଖିଥାଉ । ପ୍ରାୟତଃ ସେମାନଙ୍କ ର ପସନ୍ଦ ଅନୁଯାୟୀ ହିଁ ଉପହାର ଦେଇଥାଉ ।
କିନ୍ତୁ ବେଳେ ବେଳେ ଆମେ ଉପହାର ଦେବା ସମୟରେ କିଛି ଭୁଲ କରି ଦେଇଥାଉ । କିନ୍ତୁ ବିନା ଭାବି ଚିନ୍ତି କାହାକୁ ଉପହାର ଦେଲେ ଏହାର ପ୍ରଭାବ ଆମ ଉପରେ ଖରାପ ପଡ଼ିଥାଏ । ତେବେ ଆସନ୍ତୁ ଜାଣିନେବା କି କେଉଁ କେଉଁ ଉପହାର ଦେବା ଉଚିତ ଏବଂ କେଉଁ ଉପହାର ଅନୁଚିତ ଆସନ୍ତୁ ଜାଣିନେବା ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ବସ୍ତୁ ରହିଛି ଯାହାର ପ୍ରଭାବ ନକରାତ୍ମକ ଏବଂ ସକରାତ୍ମକ ପଡ଼ିଥାଏ । ତେଣୁ କୌଣସି ବି ଵସ୍ତୁ ଦେବା ପୂର୍ବରୁ ଆମେ ତାର ପ୍ରଭାବ ବିଷୟରେ ଜାଣିନେବା ଉଚିତ ।
ଯଦି ଆମେ ତାହାର ପ୍ରଭାବ ବିଷୟରେ ନ ଜାଣି ଦେଇଦେବୁ ତେବେ ସେ ନକରାତ୍ମକ ଥିଲେ ଆମ ଘରେ ଲକ୍ଷ୍ମୀ ରହିବେ ନାହିଁ ଏବଂ ଘରେ ଧନ ର ଅଭାବ ମଧ୍ୟ ଦେଖାଦେବ । ଆମେ କଣ ଉପହାର ଦେବୁ ତାହା ଆମ ଗ୍ରହ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଵସ୍ତୁ କୁ ଉପହାର ଭାବେ ଦେବା ଉଚିତ ନୁହେଁ ତାହା ଜାଣିନେବା ।

୧- ପ୍ରଥମ ଟି ହେଉଛି ମହାଲକ୍ଷ୍ମୀ ଙ୍କ ମୂର୍ତ୍ତି । ଆମେ ସବୁ ଦୀପାବଳି ରେ କିମ୍ବା କୌଣସି ପର୍ବରେ କିମ୍ବା କୌଣସି ଶୁଭ କାର୍ଯ୍ୟ ରେ ଆମେ ମହାଲକ୍ଷ୍ମୀ ଙ୍କ ମୂର୍ତ୍ତି ଉପହାର ରୂପେ ଦେବା ଉଚିତ ନୁହେଁ । କେବଳ ଦେବା ବାଲାଙ୍କର ନୁହେଁ ନେଲା ବାଲା ଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପଡ଼ିଥାଏ । କେବେବି ମାତା ଲକ୍ଷ୍ମୀ ଙ୍କ ମୂର୍ତ୍ତି କୁ ଉପହାର ରୂପେ ଦେବା ଉଚିତ ନୁହେଁ କାରଣ ଏହାର ଅର୍ଥ ଆମେ ନିଜ ଘରର ଲକ୍ଷ୍ମୀ କୁ ଅନ୍ୟ କୁ ଦେଇ ଦେଉଛୁ । ଏହାର ପ୍ରଭାବ ବହୁତ ଖରାପ ହୋଇଥାଏ ଏବଂ ଧନ ର ହ୍ରାସ ମଧ୍ୟ ହୋଇଥାଏ ।

୨- ଦ୍ଵିତୀୟ ଟି ହେଉଛି ଗଣେଶଙ୍କ ମୂର୍ତ୍ତି । ମାତା ଲକ୍ଷ୍ମୀ ଙ୍କ ଭଳି ଗଣେଶ ଙ୍କ ମୂର୍ତ୍ତି କୁ ମଧ୍ୟ କାହାକୁ ଉପହାର ଦେବା ଉଚିତ ନୁହେଁ । ଏହା ଦ୍ୱାରା ଆପଣଙ୍କ ଘରର ଶାନ୍ତି ଭଂଗ ହୋଇଥାଏ । ଗଣେଶଙ୍କ ମୂର୍ତ୍ତି କୁ ବହୁତ ଭାବି ଚିନ୍ତି ଏବଂ ଦେଖି କରି ଆଣିବା ଉଚିତ । ଶୁଣ୍ଢ କେବେବି ସିଧା ରହି ନ ଥିବ । ଏବଂ ପୂଜା ବିଧି ବିଧାନ ସହ କରିବା ଉଚିତ ।

୩- ତୃତୀୟ ରେ ହେଉଛି ଘଣ୍ଟା । ଏହାକୁ ମଧ୍ୟ କେବେବି ଉପହାର ଭାବେ ଦେବା ଉଚିତ ନୁହେଁ । ଘଂଟା ଦେବାର ଅର୍ଥ ତାକୁ ଆପଣ ନିଜର ଭଲ ଏବଂ ଖରାପ ଉଭୟ ସମୟ ଦେଉଛନ୍ତି ।

Leave a comment