ଜ୍ୟୋତିଷ ଶାସ୍ତ୍ର: ମହିଳା ମାନଙ୍କର ଏହି ଛୋଟ ଛୋଟ ଭୁଲ ସୁଖ ଓ ସମୃଦ୍ଧିରେ ବାଧା ଦେଇଥାଏ

ଶାସ୍ତ୍ର ଓ ଧାର୍ମିକ ମାନ୍ୟତା ଅନୁସାରେ ଘରର ମହିଳାଙ୍କୁ ଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇ ଥାଏ l ଯେଉଁ ଘରେ ମହିଳାଙ୍କୁ ସମ୍ମାନ ଦିଆଯାଏ ନାହିଁ ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ l ଏହାଛଡା ମହିଳାମାନଙ୍କ କାର୍ଯ୍ୟ ଦ୍ୱାରା ମଧ୍ୟ ଘର ପରିବାରର ଉନ୍ନତି ହୋଇଥାଏ l ଆସନ୍ତୁ ଜାଣିବା ମହିଳା ମାନଙ୍କ ଦ୍ୱାରା କେଉଁ ଛୋଟ ଛୋଟ ଭୁଲ ଗୃହ ସ୍ୱାମୀ ଙ୍କ ଉନ୍ନତିରେ ବାଧକ ସାଜିଥାଏ l
* ରୋଷେଇ ଘର ହେଉଛି ଗୋଟିଏ ପବିତ୍ର ସ୍ଥାନ l ଯେଉଁଠି ଲକ୍ଷ୍ମୀ ବାସ କରନ୍ତି l ତେଣୁ ମହିଳାମାନେ ସର୍ବଦା ରୋଷେଇ ଘରକୁ ସଫା ସୁତୁରା ରଖିବା ଆବଶ୍ୟକ l ନଚେତ ଉନ୍ନତି ରେ ବାଧା ସୃଷ୍ଟି ହୋଇଥାଏ l
* ମହିଳାମାନେ ଧ୍ୟାନ ରଖିବା ଉଚିତ ସୂର୍ଯ୍ୟାସ୍ତ ପରେ ଝାଡୁ କଦାପି ଖୋଲା ସ୍ଥାନରେ ରଖିବା ଉଚିତ ନୁହେଁ l ଶାସ୍ତ୍ର ଅନୁସାରେ ଝାଡୁ ସର୍ବଦା ଦକ୍ଷିଣ ପଶ୍ଚିମ ଦିଗରେ ଲୁଚାଇ ରଖିବା ଉଚିତ l ଝାଡୁ ଉପରେ ବାହାର ଲୋକଙ୍କର ନଜର ପଡିଲେ ଧନର ଅଭାବ ଦେଖା ଦେଇଥାଏ l
* ଶାସ୍ତ୍ର ଅନୁସାରେ ଯେଉଁ ଘରର ମହିଳାମାନେ ଦୁଆର ବନ୍ଧ ଉପରେ ବସି ଖାଇ ଥାଆନ୍ତି ଲକ୍ଷ୍ମୀ ସେଠାରେ ରୁହନ୍ତି ନାହିଁ l
* ଶାସ୍ତ୍ର ଅନୁସାରେ ଦାନ ପୁଣ୍ୟ ର ମହତ୍ୱ ଆମ ହିନ୍ଦୁ ଧର୍ମରେ ଅନେକ ରହିଛି l କିନ୍ତୁ ସୂର୍ଯ୍ୟାସ୍ତ ପରେ ଆପଣଙ୍କ ଘରେ କୌଣସି ବ୍ୟକ୍ତି ଭିକ୍ଷା ପାଇଁ ଆସିଥାଏ ତେବେ ତାକୁ ଦାନ ରେ ଦୁଗ୍ଧ, ଦହି, ରସୁଣ, ପିଆଜ, ଭଳି ଜିନିଷ ଦେବା ଉଚିତ ନୁହେଁ l ଏହାଦ୍ୱାରା ଆପଣଙ୍କ କୁଣ୍ଡଳୀ ରେ ଶୁକ୍ରଙ୍କ ପ୍ରଭାବ ପଡି ସମସ୍ତ ଅସୁବିଧା ଦେଖା ଦେଇଥାଏ l