ଆସିଲା ପୋଷ୍ଟମର୍ଟମ ରିପୋର୍ଟ: ସେପ୍ଟିସେମିଆ ଯୋଗୁଁ ନନ୍ଦ ହାତୀର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସିଲା ନନ୍ଦ ହାତୀର ପୋଷ୍ଟମର୍ଟମ ରିପୋର୍ଟ । ସେପ୍ଟିସେମିଆ ଯୋଗୁଁ ହୋଇଛି ନନ୍ଦ ହାତୀର ମୃତ୍ୟୁ । ହାତୀକୁ ପୂର୍ବରୁ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇ ସାରିଥିଲା । ବ୍ଲଡ ଇନଫେକ୍ସନ କମାଇବା ପାଇଁ ତାହାର ଚିକତ୍ସା ଚାଲିଥିଲା । ଅଧିକ ଇନଫେକ୍ସନ ହେବା ଯୋଗୁଁ ସେପ୍ଟିସେମିଆ ହୋଇଛି ।
ଏନେଇ ସୂଚନା ଦେଇଛନ୍ତି ପୋଷ୍ଟମର୍ଟମ କରିଥିବା ଡାକ୍ତର ସୁସେନ ପଣ୍ଡା । ଗତକାଲି ଚନ୍ଦକା ଅଭୟାରଣ୍ୟରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଭୋରରୁ ତାର ମୃତ୍ୟୁ ଘଟିଥିଲା। ପୂର୍ବରୁ ନନ୍ଦନକାନନରେ ଥିବା ବେଳେ ନନ୍ଦ ହାତୀ ପର୍ଯ୍ୟଟକଙ୍କ ପାଖରେ ବେଶ୍ ପରିଚିତ ଥିଲା।