ଘରେ ପସି ୧୫ ଲକ୍ଷ ଟଙ୍କା ସହ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ

ଜଗତସିଂହପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାତି ଅଧିକା ଘରେ ପ୍ରବଶେ କରି ଲୁଟିଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଛାତ ଉପର ସିଡ଼ି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ୧୫ ଲକ୍ଷ ଟଙ୍କା ଲୁଟ ଅଭିଯୋଗ ଆସିଛି ।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଘୁଆ ଠେଙ୍ଗ ଗ୍ରାମର ଶ୍ରୀ ଫକୀର ଚରଣ ବାରିକଙ୍କ ଘରେ ଏହି ପରି କଳା କନା ବୁଲାଛି ଚୋର । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।