କେଉଁ ସ୍ଥାନର କଳା ଜାଇ ରହିଥିଲେ ମିଳିଥାଏ ସଫଳତା ଜଣାନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାନବ ଶରୀରରେ କଲଜାଇ ର ମହତ୍ତ୍ଵ ଅନେକ ରହିଛି । ଅଲଗା ଅଲଗା ସ୍ଥାନରେ ରହିଥିବା ଜାଇ ଦ୍ଵାରା ଅଲଗା ଅଲଗା ସଂକେତ ମିଳିଥାଏ । ଏହି ଜାଇ ବ୍ୟକ୍ତିର ବ୍ୟକ୍ତିତ୍ଵ ବିଶେରେ ସୂଚନା ଦେଇଥାଏ ।
ଏହା ପୂର୍ବରୁ ଆମେ ଓଠ ଉପରେ କଳାଯାଇ ବିଷୟରେ ସୂଚନା ଦେଇଥିଲୁ । ଯଦି ଆପଣଙ୍କ ଆଖି ନିକଟରେ କଳା ଜାଇ ରହିଛି ତେବେ କଣ ରହିଛି ଏହାର ସଂକେତ ଆସନ୍ତୁ ଜାଣିବା ।
* ଡାହାଣ ଆଖି ଉପରେ ଜାଇ ଥିଲେ –
ଏହି ବ୍ୟକ୍ତିମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇ ଥାଆନ୍ତି । ଏମାନେ ପ୍ରତେକ୍ ପରିସ୍ଥିତିର ମୁକାବିଲା କରି ପାରନ୍ତି , କୌଣସି କାର୍ଯ୍ୟକୁ ଭୟ କରନ୍ତି ନାହିଁ । ଡାହାଣ ଆଖି ପତା କୋଣରେ ଜାଇ ଥିବା ବ୍ୟକ୍ତିମାନେ ସାମାନ୍ୟ ଈର୍ଷା କରୁଥିବା ସ୍ୱଭାବରେ ହୋଇ ଥାଆନ୍ତି । ଯେଉଁ ପୁରୁଷ ମାନଙ୍କର ଡାହାଣ ପଟରେ ଜାଇ ଥାଏ ସେମାନେ ମହିଳା ମାନଙ୍କୁ ଖୁବ୍ ସମ୍ମାନ ଦେଇ ଥାଆନ୍ତି ।
* ବାମ ଆଖି ପାର୍ଶ୍ୱରେ ଜାଇ ଥିଲେ –
ଯେଉଁ ବ୍ୟକ୍ତି ମାନଙ୍କ ବାମ ପାର୍ଶ୍ୱରେ ଜାଇ ଥାଏ ସେମାନଙ୍କ ବ୍ୟକ୍ତିତ୍ଵ ଖୁବ୍ ଆକର୍ଷଣୀୟ ହୋଇଥାଏ । ଏହି ବ୍ୟକ୍ତି ମାନଙ୍କ ନିକଟରେ ପଇସାର ଅଭାବ ନଥାଏ । ଏମାନେ ସ୍ୱଭାବରେ ସାମାନ୍ୟ ଗର୍ବି ହୋଇଥାଆନ୍ତି । ବାମ ଆଖିର ତଳ ପାର୍ଶ୍ଵରେ ଥିଲେ ବ୍ୟକ୍ତି ରୋମାଣ୍ଟିକ ହୋଇ ଥାଆନ୍ତି । ଏମାନଙ୍କ ସ୍ୱଭାବରେ ଏକାନ୍ତ ପ୍ରିୟ ହୋଇଥାଆନ୍ତି ।
* ଆଖି ଭିତରେ ଜାଇ ଥିଲେ –
ଅଧିକାଂଶ ଲୋକଙ୍କ ଆଖି ଭିତରେ ଜାଇ ଥାଏ ।ଏହିଭଳି ବ୍ୟକ୍ତିଙ୍କ ସ୍ଵଭାବ ବୁଝିବା କଷ୍ଟକର ଅଟେ । ଏହିଭଳି ବ୍ୟକ୍ତିମାନେ ନିଜ କଥାକୁ ମନରେ ଚାପି ରଖି ଥାଆନ୍ତି । କିନ୍ତୁ ଅନ୍ୟ ମାନଙ୍କ ମନ ଖୁବ୍ ଭଲ ଭାବରେ ବୁଝି ପାରନ୍ତି ।