୧୩ ନୂତନ ଜିଲ୍ଲାକୁ ନେଇ ଆନ୍ଧ୍ରର ନୂଆ ମାନଚିତ୍ର

0

ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ସରକାର ଇତିମଧ୍ୟରେ ୧୩ଟି ନୂତନ ଜିଲ୍ଲା ଗଠନ କରିଥିବାବେଳେ ରାଜ୍ୟରେ ମୋଟ ଜିଲ୍ଲା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ସୋମବାର ଆନ୍ଧ୍ରର ନୂତନ ଭୌଗଳିକ ମାନଚିତ୍ରକୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉନ୍ମୋଚନ କରିଛନ୍ତି । ନୂତନ ଜିଲ୍ଲାଗୁଡିକ ହେଲା ମାନ୍ୟାମ୍, ଅନକାପଲ୍ଲୀ, ଆଲୁରି ସୀତାରାମା ରାଜୁ, କାକିନାଡା, କୋନାସୀମା, ଏଲୁରୁ, ପାଲନାଡୁ, ବାପାତ୍ଲା, ନାନ୍ଦିଆଲ, ଶ୍ରୀ ସତ୍ୟସାଇ, ଶ୍ରୀ ବାଲାଜୀ, ଆନ୍ନାମାୟା ଓ ଏନ୍ଟି ରାମାରାଓ ।

ଏହି ୧୩ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିଯୁକ୍ତ କରାଯାଇଛି । ୨୦୧୯ରେ ୱାଇଏସ୍ଆର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ଇସ୍ତାହାର ଅନୁଯାୟୀ ସରକାର ପ୍ରତ୍ୟେକ ୨୫ଟି ଲୋକସଭା ନିର୍ବାଚନମଣ୍ଡଳୀକୁ ଜିଲ୍ଲାରେ ପରିଣତ କରିଥିବାବେଳେ ଇଷ୍ଟ ଗୋଦାବରୀ ଓ ବିଶାଖାପାଟଣାର କେତେକ ଅଞ୍ଚଳକୁ ନେଇ ଅନ୍ୟ ଏକ ଜିଲ୍ଲା ଗଠନ କରାଯାଇଛି ।

Leave a comment