ଶ୍ରୀମନ୍ଦିର କମାଣ୍ଡରଙ୍କ ସମେତ ତିନିଜଣ କର୍ମଚାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର ପ୍ରଶାସନର ଶ୍ରୀମନ୍ଦିର କମାଣ୍ଡର ଶ୍ରୀଯୁକ୍ତ ରବି ମିଶ୍ର, ଶ୍ରୀମନ୍ଦିର ର ବଜୟନ୍ତ୍ରୀ ସେବକ ତଥା ଶ୍ରୀମନ୍ଦିର ପୋଲିସ ଶ୍ରୀଯୁକ୍ତ ନବ କିଶୋର ମହାନ୍ତି ଏବଂ କୁମାରୀ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ ତା ୩୧.୩.୨୦୨୨ ଗୁରୁବାର ଦିନ ଶ୍ରୀମନ୍ଦିର ସେବାରୁ ଅବସର ନେଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେମାନଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଶ୍ରୀମନ୍ଦିର ସମ୍ବିଳନୀ କକ୍ଷ ଠାରେ ଅପରାହ୍ନରେ ଆୟୋଜନ କରାଯାଇଥିଲା

ଉକ୍ତ ସଭାରେ ଉପସ୍ଥିତ ଥିବା ଅଧିକାରୀ ତଥା କର୍ମଚାରୀ ମାନେ ନିଜନିଜ ବିବୃତିରେ ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଭୁୟସୀ ପ୍ରସଂଶା କରିଥିଲେ ଏତତ ବ୍ୟତୀତ ଶ୍ରୀମନ୍ଦିର କମାଣ୍ଡର ହିସାବରେ ସେ କିପରି ମହାପ୍ରଭୁଙ୍କ ଦୈନନ୍ଦିନ ନିତୀ ଶୃଙ୍ଖଳାର ସହ ସମ୍ପନ ହେବ ସେଥିପାଇଁ ସେବାୟତ, ପ୍ରଶାସନ ସହ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ ସମ୍ପାଦନ କୁ ଉପସ୍ଥିତ କର୍ମଚାରୀ ଏବଂ ଅଧିକାରୀ ବୃନ୍ଦ ପ୍ରସଂଶା କରିଥିଲେ ଏହା କେବଳ ବିଶେଷକରି ତାଙ୍କର ସହନଶୀଳତା ପାଇଁ ଦୀର୍ଘ ୩୯ବର୍ଷର ଉତ୍ସର୍ଗୀକୃତ ସାଧନାର ଫଳ । ଶେଷରେ ପ୍ରଶାସକ ନୀତି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ସାହୁ, ପ୍ରଶାସକ ଉନୟନ ଶ୍ରୀଯୁକ୍ତ ଅଜୟ କୁମାର ଜେନା,ପ୍ରଶାସକ ସୁରକ୍ଷା ଶ୍ରୀଯୁକ୍ତ ଭି.ଏସ. ଚନ୍ଦ୍ରଶେଖର ରାଓ ଏବଂ ଉପ ପ୍ରଶାସକ ରାଜସ୍ବ ଶ୍ରୀ ଯୁକ୍ତ ସୁବ୍ରତ କୁମାର ବେହେରା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଉପଢୌକନ ସହ ମାନପତ୍ର ଏବଂ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହି ବିଦାୟ କାଳୀନ ଉତ୍ସବରେ ଓ.ଆଇ.ସି ନୀତି ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଦାସ, ଶ୍ରୀଯୁକ୍ତ ସରୋଜ କାନ୍ତ ରଏ, ଓ.ଏସ.ଡ଼ି ଶ୍ରୀଯୁକ୍ତ ଶୁଭ୍ରାଂଶୁ ଶେଖର ପାଢ଼ୀ, ଶ୍ରୀମନ୍ଦିର ସୁପର ଭାଇଜର ଶ୍ରୀଯୁକ୍ତ ବକ୍ସି ରାମଚନ୍ଦ୍ର ପ୍ରତିହାରୀ, ଶ୍ରୀମନ୍ଦିର ନୂତନ କମାଣ୍ଡର ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଟନାୟକ, ଶ୍ରୀମତୀ ଜାନକୀ କରୁଣା ଦେବୀ, ଶ୍ରୀଯୁକ୍ତ ରାମ ନାରାୟଣ ମିଶ୍ର, ଶ୍ରୀଯୁକ୍ତ ଚିତ ରଞ୍ଜନ ମହାପାତ୍ର, ଶ୍ରୀଯୁକ୍ତ ଅରଣ ରଞ୍ଜନ ପାଣିଗ୍ରାହୀ, କର୍ମଚାରୀ ସଂଘ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ସାହୁ ସମେତ ସମସ୍ତ ପାଲିସ କର୍ମଚାରୀ ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ ।

Leave a comment