କଏଦୀଙ୍କ ବଢ଼ିଲା ଦୈନିକ ମଜୁରି

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ କାରାଗାରରେ ସଜା କାଟୁଥିବା କଏଦୀଙ୍କ ଦୈନିକ ମଜୁରି ବୃଦ୍ଧି କରାଯାଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ଜେଲ୍ ବିଭାଗକୁ ଚିଠି କରାଯାଇଛି । ପୂର୍ବରୁ କୁଶଳୀ କଏଦୀମାନେ ଦୈନିକ ମଜୁରି ୭୦ ଟଙ୍କା ପାଉଥିବାବେଳେ ଏବେ ତାହା ୧୪୫ ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି ଅର୍ଦ୍ଧକୁଶଳୀ କଏଦୀଙ୍କ ମଜୁରୀ ୬୦ରୁ ୧୧୫ଟଙ୍କା ଏବଂ ଅଣକୁଶଳୀ କଏଦୀଙ୍କ ମଜୁରି ୫୦ରୁ ୯୫ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସୂଚନା ଅନୁଯାୟୀ, ବିଭିନ୍ନ ଜେଲ୍ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହୋଇ ସଜା କାଟୁଥିବା କଏଦୀମାନଙ୍କୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । କୁଶଳୀ କଏଦୀମାନେ ଜେଲରେ ଟେଲରିଂ, ଫିନାଇଲ ଓ ଧୂପକାଠି ଆଦି ପ୍ରସ୍ତୁତି କରିଥାନ୍ତି । ସେହିପରି ଅର୍ଦ୍ଧକୁଶଳୀମାନେ ଚୁଟି କାଟିବା, ରାନ୍ଧିବା, ଗାଈର ଲାଳନପାଳନ କରୁଥିବା ବେଳେ ଅଣକୁଶଳୀ କଏଦୀମାନେ ଝାଡୁ ମାରିବା ସହ ଜେଲ୍ରେ ସଫେଇ କାର୍ଯ୍ୟ କରି ପାରିଶ୍ରମିକ ନିଅନ୍ତି ।

Leave a comment