ଅସଦାଚରଣ ଅଭିଯୋଗରେ ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଚାର୍ଜସିଟ
ମୁମ୍ବାଇ: ଗଣେଶ ଆଚାର୍ଯ୍ୟଙ୍କ ନାଁରେ ଚାର୍ଜସିଟ। ଯୌନ ଉତ୍ପିଡ଼ନ ମାମଲାରେ ତାଙ୍କ ନାମରେ ଚାର୍ଜସିଟ ଦାଖଲ ହୋଇଛି। ୨୦୨୦ରେ ପଞ୍ଜୀକୃତ ହୋଇଥିବା ମାମଲାରେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ପୋଲିସ ଏକ ଚାର୍ଜସିଟ ଦାଖଲ କରିଛି। ଗଣେଶ ଆଚାର୍ଯ୍ୟଙ୍କ ନାମରେ ଜଣେ ମହିଳା କୋ-ଡ୍ୟାନସ ଅଭିଯୋଗ କରିଥିଲେ। ଏନେଇ ଗୁରୁବାର ଦିନ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ଅଭିଯୋଗର ଯାଞ୍ଚ କରୁଥିବା ଓସିୱାରା ପୋଲିସ ଅଧିକାରୀ ସନ୍ଦୀପ ସିନ୍ଦେ କହିଛନ୍ତି ଯେ ଆନ୍ଧ୍ରର ମହାନଗର ନିଗମରେ ନିକଟରେ ଏହି ଚାର୍ଜସିଟ ଦାଖଲ କରାଯାଇଛି।ହେଲେ ଗଣେଶ ଆଚାର୍ଯ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।