ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ୍‌ର ବକେୟା

0

ଭୁବନେଶ୍ୱର : ରାଜ୍ୟର କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ୍‌ର ଶେଷ ୨୦ ପ୍ରତିଶତ ବକେୟା ଦେବାକୁ ନିର୍ଦ୍ଦେଶ । ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ୮୦ ପ୍ରତିଶତ ବକେୟା ପାଇସାରିଥିବା କର୍ମଚାରୀଙ୍କୁ ଏହି ବକେୟା ପ୍ରଦାନ କରାଯିବ । ଯାହାଫଳରେ ୪ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ । ଏଥିପାଇଁ ୮୫୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଜଣାପଡ଼ିଛି ।

Leave a comment