୨୫ରୁ ବଜେଟ୍ ଅଧିବେଶନ; ପୁଲିସର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

ଭୁବନେଶ୍ବର: ମାର୍ଚ୍ଚ ୨୫ ତାରିଖରୁ ବିଧାନସଭାର ବଜେଟ ଅଧିବେଶନ ବସିବାକୁ ଯାଉଛି । ଏହା ପୂର୍ବରୁ ଆଜି ରାଜ୍ୟ ପୁଲିସ ଡିଜି ସୁନିଲ ବଂଶଲ ସୁରକ୍ଷା ସମୀକ୍ଷା କରିଛନ୍ତି। ବିଧାନସଭା ବାହାର ସୁରକ୍ଷା ବ୍ୟବସ୍ଥା ଦେଖିବା ସହ ଭିତରର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିଛନ୍ତି। ସବୁ ଅଧିବେଶନ ଭଳି ଚଳିତ ଅଧିବେଶନରେ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଡିସିପି ଙ୍କ ନେତୃତ୍ୱରେ ନିୟୋଜିତ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ। ୬ ଜଣ ଅତିରିକ୍ତ ଡିସିପି, ୧୧ ଜଣ ଏସପି, ୧୩ ଜଣ ଇନ୍ସପେକ୍ଟର ଏବଂ ୬୨ ଜଣ ଅଫିସର ସୁରକ୍ଷା ଦାୟିତ୍ୱ ରେ ରହିବେ। ହଠାତ କୌଣସି ଅଘଟଣ ପାଇଁ ଦୁଇଟି ସ୍ପେଶାଲ ଟାଟିକାଲ ୟୁନିଟ ମୁତୟନ ରହିବେ।
ପ୍ରଥମ ଦିନରେ ରାଜ୍ୟପାଳ ବିଧାନସଭା ଆସିବାକୁ ଥିବାରୁ ତାଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଲି, ଧାରଣା ଏବଂ ବିକ୍ଷୋଭ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବିଧାନସଭାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି। କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତି ନିଜ ଆଇଡି ଦେଖାଇ ଯାଇପାରିବେ। ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଡିସିପି ଟ୍ରାଫିକ ଙ୍କୁ ଦାୟିତ୍ୱ ଦିଆଯାଇଛି।