ଧାମି ଦ୍ୱିତୀୟଥର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ!

0

ଦେହରାଡୁନ୍ : ପୁଷ୍କର ସିଂ ଧାମି ଦ୍ୱିତୀୟଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ।
ଉତ୍ତରାଖଣ୍ଡରେ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ହେଲେ ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ମାତ୍ର ଏହାପରେ ଦଳ ପକ୍ଷରୁ ତାଙ୍କୁ ଦ୍ୱିତୀୟଥର ଏହି ପଦ ପାଇଁ ଚୟନ କରାଯାଇଛି । ନିର୍ବାଚିତ ବିଧାୟକଙ୍କ ନେତା ଭାବେ ସେ ନିର୍ବାଚିତ ହେବା ପରେ ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।
ରାଜ୍ୟ ଗଠନ ହେବା ଦିନଠାରୁ ଗୋଟିଏ ପାଳିରେ ବିଜେପି ସରକାର ଗଠନ କଲେ ଅନ୍ୟ ପାଳିରେ କଂଗ୍ରେସ ସରକାର ଗଠନ କରିଥାଏ । ମାତ୍ର ପ୍ରଥମଥର ପାଇଁ ବିଜେପି ଲଗାତାର ଶାସନ କ୍ଷମତାକୁ ଆସିଛି । ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମିଙ୍କର କାର୍ଯ୍ୟକୁଶଳତା ଯୋଗୁଁ ତାଙ୍କୁ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଏହି ପଦ ପାଇଁ ସେ ଆଶାୟୀଙ୍କ ମଧ୍ୟରେ ଆଗରେ ଥିଲେ। ମୁଖ୍ୟମନ୍ତ୍ରୀ ଭାବେ ବେଶ୍‌ ଭଲ ପ୍ରଦର୍ଶନ କରିଥିବାରୁ ପୁନର୍ବାର ଏହି ପଦ ପାଇଛନ୍ତି । ମାତ୍ର ୬ ମାସ ମଧ୍ୟରେ ସେ ଦଳର ସମସ୍ତଙ୍କୁ ନେଇ ଚାଲିବା ସହ ଦଳ ବିଜୟୀ ହୋଇଥିଲା ।

Leave a comment