ପୁଟିନଙ୍କୁ ‘ମାନସିକ ରୋଗୀ’ କହିଥିବା ମଡେଲଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ମାନସିକ ରୋଗୀ କହିଥିବା ଜଣେ ମଡେଲଙ୍କ ମୃତ୍ୟୁ ଘଟିଛି। ତାଙ୍କମୃତଦେହ ସୁଟକେସରୁ ଉଦ୍ଧାର ହୋଇଛି । ବର୍ଷ ପୂର୍ବେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିବା ପରଠାରୁ ଏହି ରୁଷୀୟ ମଡେଲ ଜଣଙ୍କ ନିଖୋଜ ଥିଲେ । ସେ ସୋସିଆଲ ମିଡିଆରେ ପୁଟିନଙ୍କୁ ‘ମାନସିକ ରୋଗ’ ବୋଲି ପୋଷ୍ଟ କରିଥିଲେ। ତେବେ ଏହି ମଡେଲଙ୍କୁ ତାଙ୍କୁ ପୂର୍ବତନ ପ୍ରେମିକ ହତ୍ୟା କରିଛନ୍ତି। ଅଭିଯୁକ୍ତ ୨୩ବର୍ଷିୟ ଦିମିତ୍ରୀ କୋରୋଭିନ ମସ୍କୋରେ ଟଙ୍କା ବିବାଦ ପରେ ତାଙ୍କୁ ଗଳାକାଟି ହତ୍ୟା କରିଥିବା ନିଜେ ସ୍ୱୀକାର କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡର ମଡେଲର ରାଜନୈତିକ ଦୃଷ୍ଟିକୋଣ ଏବଂ ପୁଟିନଙ୍କ ସହ କୌଣସି ସମ୍ପର୍କ ନାହିଁ।

ପଚରାଉଚରା ବେଳେ ଅଭିଯୁକ୍ତ କହିଛି ଯେ ସେ ଏକ ମୃତଦେହ ସହ ହୋଟେଲ ରୁମରେ ୩ ରାତି ଏକା ଶୋଇଥିଲେ । ତେବେ ଏହି ମୃତଦେହକୁ ସେ କିଣାଯାଇଥିବା ନୂଆ ସୁଟକେସରେ ରଖିଥିଲେ । ପରେ ସେ ତାଙ୍କ ଶରୀରକୁ ଲିପେଟସ୍କ ଅଞ୍ଚଳର ୩୦୦ ମାଇଲ ନେଇଯାଇଥିଲେ । ଯେଉଁଠାରେ ଏକ ବର୍ଷରୁ ଅଧିକ ସମୟ ପାଇଁ ଏକ କାରର ଡିକିରେ ମୃତଦେହକୁ ରଖାଯାଇଥିଲା । ପରେ ସେ ମଡେଲଙ୍କ ଫଟୋ ଓ ବାର୍ତ୍ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ସେ ନିଖୋଜ ଅଛନ୍ତି । ଯାହାଫଳରେ ସମସ୍ତେ ବିଶ୍ୱାସ କରିବେ ଯେ, ସେ ଜୀବିତ ଅଛନ୍ତି। ଅନୁସନ୍ଧାନ ପରେ ପୋଲିସ ମଡେଲଙ୍କ ମୃତଦେହକୁ ଖୋଜି ପାଇବାରେ ସଫଳ ହୋଇଥିଲା ।

Leave a comment