ମ୍ୟାଲେରିଆ ପ୍ଲାନିଂ ଆଣ୍ଡ ପ୍ରେଡିକ୍ସନ ଟୂଲ କୀଟର ଶୁଭାରମ୍ଭ

0

ଭୁବନେଶ୍ୱର : ମ୍ୟାଲେରିଆ ନୋ ମୋର ଇଣ୍ଡିଆ ପକ୍ଷରୁ ଆଜି ମ୍ୟାଲେରିଆ ପୂର୍ବାନୁମାନ ଏବଂ ପ୍ଲାନିଂ ସିଷ୍ଟମ୍ ‘ଫୋର୍ କାଷ୍ଟିଂ
ହେଲ୍‌ଦି ଫ୍ୟୁଚର’ (ଏଫ୍‌ଏଚ୍‌ଏଫ୍‌) ପ୍ରୟାସ-୨୦୨୦ ଅନ୍ତର୍ଗତ ଆବୁ ଧାବିର କ୍ରାଉନ୍ ପ୍ରିନ୍ସ୍ କୋର୍ଟ ଦ୍ୱାରା ଆୟୋଜିତ ହୋଇଥିବା
କନସୋର୍ଟିୟମ୍ ‘ ରିଚିଂ ଦ ଲାଷ୍ଟ ମାଇଲ୍‌’ ମାଧ୍ୟମରେ ପ୍ରେରିତ ହୋଇ ଶୁଭାରମ୍ଭ କରାଯାଇଛି । ଏହା ମ୍ୟାଲେରିଆ ପୂର୍ବାନୁମାନ ଏବଂ ପ୍ଲାନିଂ ଟୁଲ୍‌କିଟ୍‌(ଏମ୍‌ପିପିଟି) ଦ୍ୱାରା ପରିଚାଳିତ । ଏହି ଅତ୍ୟାଧୁନିକ ପ୍ରଣାଳୀ ଏକ ୩୬୦ ଡିଗ୍ରୀ ସମାଧାନ ବାସ୍ଖେଟ । ଏହା ଓଡିଶା ସରକାରଙ୍କ ସହଭାଗିତାରେ ଏଫ୍‌ଏଚ୍‌ଏଫ ଅଧୀନରେ ବିକଶିତ ହୋଇଛି । ଏମ୍‌ପିପିଟ ହେଉଛି ଏହାର
ଏକ ପ୍ରକାର ଟୁଲ୍‌କିଟ୍ ମଧ୍ୟରୁ ପ୍ରଥମ ଯାହାକି ଏକ ଉନ୍ନତ ଡାଟା-ଚାଳିତ, ଏଆଇ-ଚାଳିତ, ଷ୍ଟୋରୀ ଟେଲିଂ ପ୍ରାରମ୍ଭିକ ଚେତାବନୀ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ, ଯାହା ନିଷ୍ପତି ଗ୍ରହଣ କରିବାରେ ସହାୟତା ପ୍ରଦାନ କରିଥାଏ ।

ମ୍ୟାଲେରିଆ ହେଉଛି ପୁରାତନ ରୋଗ ମଧ୍ୟରୁ ଗୋଟିଏ ଏବଂ ଜଳବାୟୁ ପରିବର୍ତନ ଯୋଗୁ ଏହା ସଙ୍କଟ ସୃଷ୍ଟି କରିଥାଏ । ତାପମାତ୍ରା ବୃଦ୍ଧି, ଅତ୍ୟଧିକ ଖରାପ ପାଣିପାଗ ସ୍ଥିତି ଏବଂ ବୃଷ୍ଟିପାତର ଧାରାରେ ପରିବର୍ତନ,ଗ୍ଲୋବାଲ ୱାର୍ମିଂର ସମସ୍ତ ଲକ୍ଷଣ ଯୋଗୁ ଜଳବାୟୁ ସମ୍ବେଦନଶୀ ଏହି ରୋଗ ଦୂର କରିବା କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରୟାସକୁ ଜଟିଳ କରୁଛି । ଏହି ସମସ୍ୟାର ସମାଧାନ ପାଇଁ ମ୍ୟାଲେରିଆର ପୂର୍ବାନୁମାନ ଏବଂ
ଯୋଜନା ଟୁଲ୍‌କିଟ ଜଳବାୟୁ ଏବଂ ପାଣିପାଗ ତଥ୍ୟକୁ ମ୍ୟାଲେରିଆ ହଟସ୍ପଟ ଚିହ୍ନଟ କରିବାରେ ଏବଂ ରୋଗର ପୂର୍ବାନୁମାନ କରିବାରେ ବ୍ୟବହାର କରିଥାଏ । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଅଧିକାରୀମାନେ ସବୋର୍ଚ୍ଚ ସମୟ ଏବଂ ଆଚରଣବିଧି ହସ୍ତକ୍ଷେପ, ପୂର୍ବ-ସ୍ଥିତ ଯୋଗାଣ ଏବଂ ଖରାପ ପାଣିପାଗ ତଥା ଅନ୍ୟାନ୍ୟ ଆଶଙ୍କାକୁ ଏଡାଇବା ପାଇଁ ଲାଇନ ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିପାରିବେ । ଇନଷ୍ଟିଚ୍ୟୁଟ ଫର ମ୍ୟାଲେରିଆ ଏବଂ ଜଳବାୟୁ ସମାଧାନ (ଆଇଏମ୍‌ଏସିଏସ୍‌), ସ୍ୱାସ୍ଥ୍ୟ ବୈଶିଷ୍ଟ୍ୟ ପୂର୍ବାନୁମାନ କରୁଥିବା ପ୍ରଥମ ଅନୁଷ୍ଠାନ । ଏହା କାର୍ଯ୍ୟ
କରୁଥିବା ଏମ୍‌ପିପିଟିକୁ ନୂତନ ତଥ୍ୟର ଯୋଗାଇବା ସହିତ ଏହାର ପ୍ରୟୋଗକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଆଇଏମ୍‌ଏସିଏସ୍ ଆବଶ୍ୟକ ଜ୍ଞାନକୌଶଳ ଏବଂ ନୀତି ବିଶେଷଜ୍ଞତା ଉପଲବ୍ଧ କରାଇ ଏଫ୍‌ଏଚ୍‌ଏଫ୍‌କୁ ସମ୍ବେଦନଶୀଳ କ୍ଷେତ୍ର ଆଧାରରେ ସହାୟତା କରିଥାଏ  (ଏହି ଟୂଲ କୀଟ (ମ୍ୟାଲେରିଆ ପ୍ଲାନିଂ ଆଣ୍ଡ ପ୍ରେଡିକ୍ସନ ଟୂଲ କୀଟ) ବିଷୟରେ ଅବଗତ ହୋଇ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ କିଶୋର
ଦାସ ତାଙ୍କର ବାର୍ତାରେ କହିଲେ, ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହାକି ମ୍ୟାଲେରିଆ ନିରାକରଣ ଦିଗରେ ଓଡିଶାର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ସହିତ ମାଲେରିଆକୁ ନିର୍ମୁଳ କରିବାରେ ସହାୟକ ହେବ ଓ ଏହି ଟୂଲ କୀଟ (ମ୍ୟାଲେରିଆ ପ୍ଲାନିଂ ଆଣ୍ଡ ପ୍ରେଡିକ୍ସନ ଟୂଲ କୀଟ) ଓଡ଼ିଶାରେ ଆରମ୍ଭ ହୋଇଥିବାରୁ ମୁଁ ମ୍ୟାଲେରିଆ ନୋ ମୋର ସଂସ୍ଥା କୁ ଅଶେଷ ଧନ୍ୟବାଦ ଦେଉଅଛି । ଏହି ଟୁଲକିଟ ମ୍ୟାଲେରିଆ
ବିଲୋପ ପ୍ରୟାସ ସହିତ ବ୍ୟାଘାତକାରୀ ଆଧାରକୁ ଦୂରେଇ ରଖିବାରେ ସହାୟକ ହୋଇ ପାରିବ । ଏହା ସହିତ ଏକ ଉପଯୋଗୀ ସୁଯୋଗ ଉପସ୍ଥାପନ କରି ମ୍ୟାଲେରିଆ ବିରୋଧରେ ଲଢ଼େଇ ଜାରି ରଖିବାକୁ ଆବଶ୍ୟକ ସହାୟତା ଉପଲବ୍ଧ କରିଥାଏ । ଏହି ଭଳି ପ୍ରୟାସ ମାଧ୍ୟମରେ ୨୦୩୦ସୁଦ୍ଧା ମ୍ୟାଲେରିଆ ବିଲୋପ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଏହି କନକ୍ଲେଭରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଏବଂ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ଅଧିକାରୀମାନେ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ।

ଭାରତୀୟ ପାଣିପାଗ ବିଭାଗ ର ପରିଚାଳନା ନିର୍ଦ୍ଦେଶକ ଡ଼ଃ ମୃତ୍ୟୁଞ୍ଜୟ ମହାପାତ୍ର କୁହନ୍ତି ଯେ ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ଜଳବାୟୁ ଜନିତ ସମ୍ବେଦନଶୀଳ ରୋଗ ଗୁଡ଼ିକର ପୂର୍ବାନୁମାନ କରାଯାଇ ପାରିଲେ ଏହାର ପରିଚାଳନା ଓ ନିୟନ୍ତ୍ରଣ ସହଜ ହୋଇପାରିବ । ଏ ସମ୍ବନ୍ଧରେ ଓଡ଼ିଶା ସରକାର, ଭାରତୀୟ ପାଣିପାଗ ବିଭାଗ, ଓ ମ୍ୟାଲେରିଆ ନୋ ମୋର ସହଯୋଗ ରେ ନିଆଯାଇଥିବା ମିଳିତ ପଦକ୍ଷେପ କୁ ସେ ସ୍ୱାଗତ କରିଛନ୍ତି । ତାଙ୍କ ମତରେ କୌଣସି ଗୋଟିଏ ମଡେଲିଂ କିମ୍ୱା ପଦ୍ଧତି ରେ କରାଯାଉଥିବା ପୂର୍ବାନୁମାନ ତୁଳନା ରେ ଏକାଧିକ ମଡେଲିଂ
ବା ପଦ୍ଧତି ର ଅନୁସରଣ ରେ କରାଯାଉଥିବା ପୂର୍ବାନୁମାନ ଅଧିକ ଭରସା ଯୋଗ୍ୟ ଏବଂ ନିର୍ଭୁଲ ହୋଇପାରିବ. ଏକ ସଠିକ୍ ପୂର୍ବାନୁମାନ ସହିତ ଏକ ସାଂଗଠନିକ ପରିଚାଳନା ପ୍ରକ୍ରିୟା ର ମଧ୍ୟ ଆବଶ୍ୟକତା ରହିଛି । ଉତ୍ତମ ପରିଚାଳନା ନିମନ୍ତେ ସମସ୍ତଙ୍କର ସହଭାଗିତା ର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ପାଣିପାଗ ସମ୍ବନ୍ଧୀୟ ସୂଚନା ଏବଂ ମ୍ୟାଲେରିଆ ଓ ଅନ୍ୟାନ୍ୟ ଜଳବାୟୁ ଜନିତ ରୋଗ ସମ୍ବନ୍ଧୀୟ ସତର୍ ସୂଚନା ସ୍ଥାନୀୟ ଲୋକଙ୍କ ପାଖରେ ପହଞ୍ଚିବା ଦରକାର । ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର, ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର, ￿ ଭାରତୀୟ ଆୟୁବିଜ୍ଞାନ ଗବେଷଣା ପରିଷଦ ଏବଂ ମ୍ୟାଲେରିଆ ନୋ ମୋର ର ମିଳିତ ସହଯୋଗ ଏ ଦିଗ ରେ ନିଶ୍ଚୟ କାମ କରିବ ଏବଂ ମ୍ୟାଲେରିଆ ନିରାକରଣ ଦିଗରେ ଏହା ନିଶ୍ଚୟ ଫଳପ୍ରଦ ହେବ । ଟୁଲ୍‌କିଟ ଶୁଭାରମ୍ଭ ଅବସରରେ ଇନଷ୍ଟିଚ୍ୟୁଟ ଫର ମ୍ୟାଲେରିଆ ଏବଂ କ୍ଲାଇମେଟ୍ ସଲ୍ୟୁଶନ (ଆଇଏମ୍‌ସିଏସ୍‌)ର ନିର୍ଦ୍ଦେଶକ ତଥା ମ୍ୟାଲେରିଆ ନୋ ମୋର ଇଣ୍ଡିଆର ଅନ୍ତରିଣ ନିର୍ଦ୍ଦେଶକ ଡ.କୌଶିକ୍ ସରକାର କହିଲେ, ମ୍ୟାଲେରିଆ ନୋ ମୋର୍ ମ୍ୟାଲେରିଆକୁ ଦୂର କରି
ଆମର ଜୀବନକାଳ ମଧ୍ୟରେ ଏହି କଠିନ ପ୍ରୟାସ କରି ମାନବିକତା କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିବାକୁ ଚେଷ୍ଟା କରୁଛି । ଏହା ନିରନ୍ତର ସହଯୋଗ ଏବଂ ଅଭିନବ ଉପାୟ ଆବଶ୍ୟକ କରିଥାଏ । ଆମେ ଆଶା କରୁଛୁ ମ୍ୟାଲେରିଆ ପୂର୍ବାନୁମାନ ଏବଂ ଯୋଜନା ଟୁଲ୍‌କିଟ
ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମ୍ୟାଲେରିଆ ଓ ଜଳବାୟୁ ସମାଧାନ ପ୍ରତିଷ୍ଠାନ, ଏହାର ଦୃଢ଼ ଅଭ୍ୟାସ ଏବଂ ବୈଜ୍ଞାନିକ ପରାମର୍ଶଦାତା ବୋର୍ଡ ସହାୟତାରେ ସ୍ୱାସ୍ଥ୍ୟ ବୈଶିଷ୍ଟ୍ୟର ପୂର୍ବାନୁମାନ ପ୍ରୟାସ ବିଶ୍ୱସ୍ତରରେ କରି ସ୍ୱାସ୍ଥ୍ୟ ସୁରକ୍ଷା ଏଜେଣ୍ଡାକୁ ବିକଶିତ କରିଥାଏ । ଏମ୍‌ପିପିଟି କାର୍ଯ୍ୟ କରୁଥିବା ଇନୋଭେଶନ କୁ ସହାୟତା କରି ୨୦୩୦ସୁଦ୍ଧା ମ୍ୟାଲେରିଆ ବିଲୋପ ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ
ଭାରତକୁ ଆଗକୁ ପାଦ ବଢ଼ାଇବାରେ ଆବଶ୍ୟକ ସହାୟତା ଉପଲବ୍ଧ କରାଇବ । ମ୍ୟାଲେରିଆ ନୋ ମୋର୍ ଇଣ୍ଡିଆ ବିଷୟରେ ମ୍ୟାଲେରିଆ ନୋ ମୋର୍ (ଏମ୍‌ଏନ୍‌ଏମ୍‌୍‌) ଏଭଳି ଏକ ଦୁନିଆର କଳ୍ପନା କରେ ଯେଉଁଠାରେ ମଶା କାମୁଡ଼ାରେ କେହି ମରନ୍ତି ନାହିଁ । ୨୦୩୦ ସୁଦ୍ଧା ମ୍ୟାଲେରିଆ ଦୂର କରିବା ପାଇଁ ଭାରତ ପକ୍ଷରୁ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି । ଜାତୀୟ ସ୍ତରରେ ଅଂଶୀଦାରମାନଙ୍କ ସହ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍‌ତି, ଅର୍ଥ ଏବଂ ନବସୃଜନ ମାଧ୍ୟମରେ ଏହା କାର୍ଯ୍ୟ କରୁଛି । ଏମ୍‌ଏନ୍‌ଏମ୍ ଇଣ୍ଡିଆର ରଣନୀତିକ
ସହଯୋଗୀ ୟୁନିଟ ମଧ୍ୟ ରାଜ୍ୟସ୍ତରରେ କାର୍ଯ୍ୟ କରୁଛି  ଓଡିଶାରେ ମ୍ୟାଲେରିଆ କାର୍ଯ୍ୟକ୍ରମକୁ ଏମ୍‌ଏନ୍‌ଏମ ବୈଷୟିକ ପରିଚାଳନା ସହାୟତା ଯୋଗାଇଥାଏ । ବିଗତ ଦିନରେ ମ୍ୟାଲେରିଆ ସଂଖ୍ୟା ଏଠାରେ ଅଧିକ ଦୃଷ୍ଟିଗୋଚର ହେଉଥିଲା ।
ଫୋର୍‌କାଷ୍ଟିଂ ହେଲଥ୍ ଫ୍ୟୁଚର ବିଷୟରେ ଫୋର୍‌କାଷ୍ଟିଂ ହେଲଥ୍ ଫ୍ୟୁଚର ହେଉଛି ସ୍ୱାସ୍ଥ୍ୟ, ପ୍ରଯୁକ୍‌ତିବିଦ୍ୟା ଏବଂ ସାର୍ବଜନୀନ କ୍ଷେତ୍ର ସହଭାଗୀମାନଙ୍କର ଏକ ଅଗ୍ରଣୀ ଏକ ମିଳିତ ମ ।
ବିଶ୍ୱ ସ୍ୱାସ୍ଥ୍ୟ ଏବଂ ଜଳବାୟୁ ପରିବ ର୍ନ ଅସମାନତା ପ୍ରତି ଅଧିକ ଧ୍ୟାନ ଦେବା ଏବଂ ଏକୀକୃତ ତଥ୍ୟ ଏବଂ ସୁରକ୍ଷା କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ସହିତ ସକ୍ରିୟ ଏବଂ ସ୍ଥିର ସମାଧାନ ଯୋଗାଇଦେବା । ଏକ୍ଷେତ୍ରରେ ଇ ିଗ୍ରେଟେଡ୍ ଡାଠା ଏବଂ ଆର୍ଟିଫିସିଆଲ ଇେ ଲଜେନ୍ସିର ଉପଯୋଗ କରି ସମ୍ଭାବ୍ୟ ଖରାପ ସ୍ୱାସ୍ଥ୍ୟ ସ୍ଥିତି ନେଇ ବିଶ୍ୱ ବ୍ୟାପି ସତର୍କ ସୂଚନା ଜାରି କରିବା ଏହାର ମୁଖ୍ୟ ଲକ୍ଷ୍ୟ । ଫୋର୍‌କାଷ୍ଟିଂ ହେଲଥ୍‌ ଫ୍ୟୁଚର ଅଂଶୀଦାର ମଧ୍ୟରେ ଆବୁଧାବିର କ୍ରାଉନ ପ୍ରିନ୍ସ କୋର୍ଟର  “ରିଚିଂ ଦ ଲାଷ୍ଟ ମାଇଲ ‘, ମହମ୍ମଦ ବିନ ଜାଏଡ ଆର୍ଟିଫିସିଆଲ
ଇେ ଲିଜେନ୍ସ ୟୁନିଭରସିଟି, ପାଥ, ଟାବୁଲ୍ୟୁ ଫାଉଣ୍ଡେସନ, ଦ ୱେଦର କମ୍ପାନୀ ଏବଂ ଦଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ମେଟ୍ରିକ୍ସ୍ ଆଣ୍ଡ ଇଭାଲ୍ୟୁଶନ (ଆଇଏଚଏମଇ) ଅନ୍ତର୍ଭୁକ୍‌ତ ରହିଛନ୍ତି ।

Leave a comment