ୟୁକ୍ରେନ୍ରୁ ବଲାଙ୍ଗୀର ଫେରିଲେ ଆଲୋକ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ୟୁକ୍ରେନ୍ରୁ ବଲାଙ୍ଗୀର ଫେରିଲେ ଡାକ୍ତରୀ ଛାତ୍ର । ବଲାଙ୍ଗୀ ଜିଲ୍ଲା ଲୋଇସିଂହା ବ୍ଲକର ଆଲୋକ ବଘାର ନିଜ ଘରକୁ ଫେରିଛନ୍ତି । ପୁଅର ଫେରିବା ପରେ ବେଶ୍ ଖୁସି ହୋଇଛନ୍ତି ଛାତ୍ରଙ୍କ ପରିବାର । ଲୋଇସିଂହା ବ୍ଲକ ନର୍ମଲ ବଘାରଙ୍କ ବଡ଼ ପୁଅ ଆଲୋକ ବଘାର । ପରିବାରର ବଡ଼ ପୁଅ ହେଉଛନ୍ତି ଆଲୋକ । , ତାଙ୍କ ତଳେ ଗୋଟିଏ ସାନ ଭାଇ ଅଛନ୍ତି । ବାପା-ମାଆ ଓ ୨ ଭାଇକୁ ନେଇ ପୁରା ପରିବାର । ଆଲୋକ ବଲାଙ୍ଗୀରରେ ଯୁକ୍ତ ୨ ପାଠ ପଢି ସାରି ୟୁକ୍ରେନ୍ ଯାଇଥିଲେ । ସେଠାରେ ମେଡିକାଲ ପାଠ ପଢା ଆରମ୍ଭ କରିଥିଲେ ।
ପ୍ରଥମ ବର୍ଷର ପାଠ ପଢା ସରିଥିବା ବେଳେ ଏବେ ୨ୟ ବର୍ଷର ପାଠ ଜାରି ରହିଛି । ଠିକ୍ ଏହି ସମୟରେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ବ ହୋଇଥିଲେ । ଯୁଦ୍ଧ ଆରମ୍ଭ ହେବା ଦେଖି ଘରକୁ ଆସିବା ପାଇଁ ମନସ୍ଥ କରିଥିଲେ । କିନ୍ତୁ ଫ୍ଲାଇଟ୍ ଟିକେଟ ନମିଳିବାରୁ ସେଠାରେ ରହିଯାଇଥିଲେ । ପରେ ସେ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ଠାରୁ ୧୨୦ କିଲୋମିଟର ନିଜ ଖର୍ଚ୍ଚରେ ବସ୍ ଯୋଗେ ଆସିଥିଲେ । ପରେ ୨୮ ତାରିଖ ଦିନ ସେଠାରୁ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ । ଆଉ ଏବେ ବଲାଙ୍ଗୀରରେ ପହଞ୍ଚିଛନ୍ତି । ଏଭଳି କଠିନ ସମୟରେ କିପରି ସେ ନିଜ ଦୁଃଖ ବଖାଣିଛନ୍ତି ।