ୟୁକ୍ରେନରେ ରହିଛନ୍ତି ଓଡିଆ ଛାତ୍ର, ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ପରିବାର କଲେ ଅନୁରୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁକ୍ରେନରେ ଫସି ରହିଛନ୍ତି ଢେଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗାଁର ସୁପ୍ରିତ ସାହୁ। ସନ୍ତୋଷ ସ୍ୱାଇଁଙ୍କ ପୁଅ ସୁପ୍ରିତ ୟୁକ୍ରେନରେ ପାଠପଢୁଛନ୍ତି। ତିନିମାସ ତଳେ ଡାକ୍ତରୀ ପାଠ ପଢିବା ପାଇଁ ସେ ଢେଙ୍କାନାଳରୁ ଯାଇଛନ୍ତି। ଯୁଦ୍ଧ ଖବର ମିଳିବା ପରେ ତାଙ୍କ ମାଆ ସଂଧ୍ୟାରାଣୀ ଆଜି ସୁପ୍ରିତଙ୍କ ସହ କଥା ହୋଇଛନ୍ତି । ପୁଅର ଆସିବା ବାଟକୁ ପରିବାର ଲୋକେ ଅନାଇ ବସିଛନ୍ତି।
ତାଳଚେର ବଲଣ୍ଡା ଅଞ୍ଚଳର ଯୁବକ ଶ୍ରୀତାଂସୁ ଦାସ । ୟୁକ୍ରେନରେ ଫସିରହିଥିବାରୁ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଭାଳେଣି ପଡିଛି । କିଭଳି ପୁଅ ସୁରକ୍ଷିତ ଫେରିଆସିବ ସେନେଇ ଚିନ୍ତାରେ । ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । ୟୁକ୍ରେନରେ ଡାକ୍ତରୀ ପାଠ ପଢୁଛନ୍ତି ଶ୍ରୀତାଂସୁ ।