ବିଭିନ୍ନ ପ୍ରକଳ୍ପର ପରିଦର୍ଶନ ପାଇଁ ଓଡ଼ିଶା ଗ୍ରସ୍ତରେ ଏଏସଆଇ ଡିଜି ବିଦ୍ୟାବତୀ

0

ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି ଏଏସଆଇ ଡିଜି ବିଦ୍ୟାବତୀ । ଡିଜି ବିଦ୍ୟାବତୀ ଏହି ଗ୍ରସ୍ତ ସମୟରେ ସେ ଏଏସଆଇ ଦ୍ୱାରା ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି । ଆଜି ସେ ପୁରୀ ଗ୍ରସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଡିଜି ବିଦ୍ୟାବତୀ ଏହାର ଖୁବ ପ୍ରଶଂସା କରିବା ସହ ପ୍ରକଳ୍ପ ମାଷ୍ଟରପ୍ଲାନର ସମ୍ପର୍କରେ ବରିଷ୍ଠ ଅଧିକାରୀ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷନ କୁମାରଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଜିଲ୍ଲାପାଳ, ଏସପି ଓ ଓବିସିସିର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସହିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଜାରି ରହିଥିବା କାର୍ଯ୍ଯର ତଦାରଖ କରିବେ ଭି. ବିଦ୍ୟାବତୀ ।

ସୂଚନା ଅନୁଯାୟୀ, ଗତ ନଭେମ୍ୱର ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ନିମନ୍ତେ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ବ୍ୟୟ ବରାଦ ରହିଛି । ଯାହାକି ଶ୍ରୀମନ୍ଦିରକୁ ବିଶ୍ଵ ଦରବାରରେ ପ୍ରମୁଖ ଐତିହ୍ୟ ନଗରୀ ଭାବେ ପ୍ରତିପାଦିତ କରିବ ।

Leave a comment