ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

0

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି କମ୍ୟୁନିକେସନ ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କଟକ ଭିଜିଲାନ୍ସ ଟିମ ସରକାରୀ ବାସଭବନ ସମେତ ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରାଯାଉଛି । ଚଢାଉ ବେଳେ ପୋଲିସ ବାବୁଙ୍କ ଘରୁ ଵିପୁଲ ସମ୍ପତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଅତିରିକ୍ତ ଏସପି ତ୍ରିିନାଥ ମିଶ୍ରଙ୍କ ବିରୋଧରେ ବେଆଇନ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା । ଏହା ପରେ ଭିଜିଲାନ୍ସ ଏହି ଘଟଣାକୁ ଗମ୍ଭିରତାର ସହ ନେଇଥିଲା । କୋର୍ଟଙ୍କ ଅନୁମତି କ୍ରମେ ଆଜି ସକାଳୁ ଶ୍ରୀ ମିଶ୍ରଙ୍କ ଘରେ ଚଢାଉ କରାଯାଇଥିଲା ।
ଭୁବନେଶ୍ୱର ରସୁଲଗଡସ୍ଥିତ ମନୋରମା ଇଷ୍ଟେଟ, ପୈତୃକ ଘର ନବରଙ୍ଗପୁରର ଡାବୁ ଗାଁ, ଯାଜପୁର ବଡଚଣାସ୍ଥିତ ଶଶୁର ଘର, ବଡଚଣା ତେଲିଘରସ୍ଥିତ ଶାନ୍ତିଲତା ଫାର୍ମ ହାଉସ, ଚଣ୍ଡିଖୋଲରେ ଥିବା ଶାନ୍ତିଲତା କେୟାର ଆଣ୍ଡ ନିର୍ସିଂ ହୋମ, ଶାନ୍ତିଲତା ଟ୍ରାସପୋର୍ଟ, ବିରିଡି ଜଗତସିଂପୁରସ୍ଥିତ ଡ୍ରାଇଭର ରଜୀବ ମହାନ୍ତିଙ୍କ ଘର, କଟକ ମହାନଦୀ ବିହାରରେ ଥିବା ଏକ ଫ୍ୟାକ୍ଟ୍ରି, ତୁଳସୀପୁରସ୍ଥିତ ଅଫିସ, ମଧୁପାଟଣା ଥାନା କ୍ୟାମ୍ପସରେ ଥିବା ଘର ସମେତ ୧୫ଟି ସ୍ଥାନରେ ଚଢାଉ କରାଯାଉଛି ।

ଚଢାଉ ବେଳେ ନାମୀଦାମୀ ଗାଡି, ସୁନା-ରୁପା ଗହଣା, ନଗଦ ଟଙ୍କା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ପାଖାପାଖି ୩କୋଟି ଟଙ୍କାରୁ ଉର୍ଦ୍ଧ ସମ୍ପତି ଠାବ କାଯାଇଥିବା ସୂଚନା ମିଳିଛି । ଏବେ ଚଢାଉ ଜାରି ରହିଥିବା ବେଳେ ସମ୍ପତିର ତାଲିକା ଆହୁରି ବଢିବା ସମ୍ଭାବନା ରହିଛି । ଏହି ଚଢାଉରେ ଭିଜିଲାନ୍ସର ଏକ ବଡ ଟିମ ତଥା ୩ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

Leave a comment