ଜନସନ୍ ବେବି ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ

ଆଜି ବେବି ପାଉଡର ଉପରେ ଲାଗିବ ରୋକ୍ । ହେଲଥ୍ କେୟାର କମ୍ପାନୀ ଓ ଜନସନ୍ ଆଣ୍ଡ୍ ଜନସନ୍ ପାଉଡରକୁ ସବୁ ଦେଶରେ ବ୍ୟାନ କରାଯିବା ନେଇ ନିଷ୍ପତି ନେଇଛି । କମ୍ପାନୀର ଏକ ସେୟାରହୋଲ୍ଡର ଏହି ପ୍ରତିବନ୍ଧକ ଲଗାଇବାକୁ ସୁପାରିଶ କରିଛନ୍ତି ସୂଚନା ମିଳିଛି.
ଜନସନ୍ ଆଣ୍ଡ୍ ଜନସନର ବେବି ପାଉଡର ବିକ୍ରିକୁ ୨୦୨୦ରୁ ହିଁ ଅମେରିକା ଓ କାନାଡାରେ ବନ୍ଦ କରିଥିବା ଅନ୍ତର୍ଜାତୀୟ ସମ୍ବାତପତ୍ର ‘ଦି ଗାଡିଅନ୍’ର ଖବର ପ୍ରକାଶ କରିଥିଲା । କାରଣ ଆମେରିକା ରେଗୁଲେଟର ତରଫରୁ ଏକାଧିକ ଯାଞ୍ଚରେ ଜନସନ୍ ଆଣ୍ଡ୍ ଜନସନର ସାମ୍ପୁଲରେ କାର୍ସିନୋଜେନିକ୍ କ୍ରିସୋଟାଇଲ ଫାଇବର ନାମକ ଏକ ଉପାଦାନ ମିଳିଥିଲା, ଫଳରେ ଏହି ଉତ୍ପାଦର ବିକ୍ରିରେ ବ୍ୟାପକ କ୍ଷତି ଦେଖିବାକୁ ମିଳିଥିଲା।
ସୂଚନା ମୁତାବକ, ଏବେ ଜନସନ୍ କମ୍ପାନୀ ଉପରେ ପାଖାପାଖି ୩୪ ହଜାରରୁ ଅଧିକ ମାମଲା ରୁଜୁ ହୋଇଛି । ଏହି ମାମଲାରୁ ଅଧିକାଂଶ ମାମଲା ମହିଳାମାନେ ଦାଏର କରିଥିବା ଦେଖିବାକୁ ମିଳିଛି । ଏହି ପାଉଡର ବ୍ୟବହାର କରିବାରୁ ସେମାନଙ୍କ ଠାରେ ଓଭାରିଆନ୍ କ୍ୟାନସର ଦେଖାଦେଇଥିବା କିଛି ମହିଳା ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ଏହି ବେବି ପାଉଡରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବ ବୋଲି ମହିଳା ଦାବି କରିଛନ୍ତି।