ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଶିକ୍ଷକ । ଉକ୍ତ ଶିକ୍ଷକ ହେଉଛନ୍ତି ଶିଶିର ସେମେଳି। ତାଙ୍କ ଘର ସମେତ ୬ଟି ସ୍ଥାନରେ ୪ଟି ଭିଜିଲାନ୍ସ ଟିମ୍ ଚଢ଼ଉ କରି ବର୍ତ୍ତମାନ ସୁଦ୍ଧା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ କରିଛି। ଏବେ ମଧ୍ୟ ସମ୍ପତ୍ତି ଆକଳନ ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଆଜିକୁ ୪ରୁ ୫ ବର୍ଷ ତଳେ ରେଗୁଲାର ହୋଇଥିଲେ ଶିକ୍ଷକ ଶିଶିର ସେମେଳି। ସେ ରାୟଗଡ଼ା ବିଇଓ ଅଫିସ୍ରେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସ ବିଭାଗର ୪ଟି ଟିମ୍ ୬ଟି ସ୍ଥାନରେ ଚଢ଼ଉ କରି ଶିକ୍ଷକଙ୍କଠାରୁ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରିଛି।ଜବତ ସମ୍ପତ୍ତି ଭିତରେ ରହିଛି ନଗଦ ୨.୮୮ ଲକ୍ଷ ଟଙ୍କା, ୪୦୮ ଗ୍ରାମ ସୁନା, ୨୨୯ ଗ୍ରାମ ରୁପା ଗହଣା, ୨ଟି ତିନି ମହଲା କୋଠା, ୩ଟି ଦୁଇ ମହଲା କୋଠା, ୨୧.୬୮ ଲକ୍ଷ ବ୍ୟାଙ୍କ ଜମା, ଗୋଟିଏ ଇନୋଭା, ଗୋଟିଏ ବୋଲେରୋ ପ୍ରମୁଖ ରହିଛି। ଏବେ ମଧ୍ୟ ଶିକ୍ଷକ ଶିଶିର ସେମେଳିଙ୍କ ସମ୍ପତ୍ତି ଆକଳନ ଚାଲିଛି।