ATM ଫ୍ରଡ଼ ର ଆଉ ଶିକାର ହେବାକୁ ପଡିବ ନାହିଁ, ଜଣାନ୍ତୁ ଏହି ଟ୍ରିକ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ପଇସା କାଢ଼ିବାର ହୋଇଥାଉ କିମ୍ବା ମାର୍କେଟିଂ କରିବାର ହୋଇଥାଉ ଆମେ ସାଧାରଣ ଭାବରେ ଡେବିଟ କାର୍ଡ ର ବ୍ୟବହାର କରିଥାଉ, ଯାହାକୁ ଆମେ କହିଥାଉ ATM କାର୍ଡ l ଏହି ଏଟିଏମ କାର୍ଡ ଟି ବର୍ତମାନ ଲୋକ ମାନଙ୍କ ଜୀବନକୁ ଖୁବ ସରଳ କରି ଦେଇଛି l ଆଉ ଆଜି ଭଳି ଲୋକମାନେ ପର୍ସ ରେ ଅଧିକ ପଇସା ମଧ୍ୟ ରଖୁ ନାହାନ୍ତି l ଅନ୍ୟ ପକ୍ଷରେ ଏହି ଏଟିଏମ କାର୍ଡ ଯୋଗୁଁ ମଧ୍ୟ ମଣିଷ ଗୋଟିଏ ମୁହୁର୍ତରେ କାଙ୍ଗାଳ ମଧ୍ୟ ହୋଇ ଯାଉଛି l ସାମାନ୍ୟ କିଛି ତୃଟି ଯୋଗୁଁ ଆପଣଙ୍କ ସମ୍ପୂର୍ଣ ଆକାଉଣ୍ଟ ଖାଲି ମଧ୍ୟ ହୋଇ ଯାଉଛି l ଏଥିରୁ ରକ୍ଷା ପାଇବା ପାଇଁ କିଛିଟା ସରଳ ଉପାୟ ଆପଣେଇବା ଆବଶ୍ୟକ l ଯେଉଁ କାରଣରୁ ଆପଣମାନେ ଠକ ମାନଙ୍କ କବଳରୁ ନିଜକୁ ରକ୍ଷା କରି ପାରିବେ l
– ଏଟିଏମ ରୁ ପଇସା ବାହାର କରିବା ସମୟରେ କୌଣସି ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ନିଅନ୍ତୁ ନାହିଁ l ଯଦି କିଛି ବୁଝି ପାରୁ ନାହାନ୍ତି ତେବେ ବ୍ୟାଙ୍କ ଏଟିଏମ ଗାର୍ଡ ର ସହାୟତା ନେଇ ପାରିବେ l
– କାରଣ ଅଜଣା ଲୋକ କୌଣସି ଠକ ହୋଇପାରେ ଓ ସେ ଆପଣଙ୍କ ଆକାଉଣ୍ଟ ରୁ ପଇସା କାଢି ନେଇ ପାରେ l ଆଜିକାଲି ଠକ ମାନେ ସ୍କିମର ନାମକ ଡିଭାଇସ ଲଗାଇ ଦେଉଛନ୍ତି l ସେହି ଡିଭାଇସ ଜରିଆରେ ଆପଣଙ୍କ କାର୍ଡ ର ସମସ୍ତ ଡାଟା ସ୍ତର ହୋଇ ଯାଇଥାଏ l ଠକମାନେ ଏହି ଡାଟା ସାହାଯ୍ୟରେ ଆପଣଙ୍କ କାର୍ଡ ର କ୍ଳନ ପ୍ରସ୍ତୁତ କରି ପଇସା ଲୁଟି ଥାଆନ୍ତି l ତେଣୁ ଆପଣ ସବୁବେଳେ ଏପରି ଏଟିଏମ ର ବ୍ୟବହାର କରନ୍ତୁ ଯେଉଁଠି କ୍ୟାମେରା ଲାଗିଥିବ ଓ ଭିଡ଼ ସ୍ଥାନରେ ଉକ୍ତ ଏଟିଏମ ଟି ଥିବ l
– ଅଧିକାଂଶ ସମୟ ଅଜଣା ବ୍ୟକ୍ତି ବ୍ୟାଙ୍କ ର ଅଧିକାରୀ ହୋଇ ଗ୍ରାହକ ମାନଙ୍କୁ ଫୋନ କରିଥାଏ ଓ ତଥ୍ୟ ଚୋରି କରିବାକୁ ଚେଷ୍ଟା କରିଥାଏ l ଧ୍ୟାନ ରଖନ୍ତୁ ଯେ ବ୍ୟାଙ୍କ କଦାପି ଆପଣଙ୍କ କାର୍ଡ ସହିତ ଯୋଡି ହୋଇଥିବା କୌଣସି ତଥ୍ୟ ମାଗିବ ନାହିଁ l
– ନିଜ ଡେବିଟ କାର୍ଡ ର ପିନ ମଝିରେ ମଝିରେ ପରିବର୍ତନ କରନ୍ତୁ l ଚିପ ଯୁକ୍ତ କାର୍ଡ ଏଥିପାଇଁ ବ୍ୟବହାର କରିବାକୁ ଦିଅ ଯାଇଥିଲା l ଆପଣ ମଝିରେ ମଝିରେ ନିଜ କାର୍ଡ କୁ ନେଇ ବ୍ୟାଙ୍କ ରେ ଅପଗ୍ରେଡ଼ କରାଇ ନିଅନ୍ତୁ l