ରାଷ୍ଟ୍ରୀୟ ଗାନ ସମୟରେ ଚୁଇଂଗମ୍ ଚୋବାଇ ବିବାଦ ଘେରରେ ବିରାଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିବାଦ ଘେରରେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । କେପଟାଉନରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳୀ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବିରାଟଙ୍କର ଏହି ମୁହୁର୍ତ୍ତ କ୍ୟାମେରାରେ କଏଦ୍ ହୋଇଥିଲା । ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଛି । ବ୍ରଡକାଷ୍ଟ କ୍ୟାମେରାରେ ଅଲଗା ଅଲଗା ଏଙ୍ଗେଲ୍ରେ ଭିଡିଓକୁ କ୍ୟାପଚର କରାଯାଇଥିଲା । ଏହା ସହ ଦୁଇଟି ସଟ୍ରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ । ବିରାଟଙ୍କ ଏହି ଅଭଦ୍ରାମି ପାଇଁ ଫ୍ୟାନ୍ସଙ୍କ ମହଲରେ ଅସନ୍ତୋଷ ବାତାବରଣ ସୃଷ୍ଟି କରିଛି । ସୋସିଆଲ ମିଡିଆରେ ବିରାଟଙ୍କର ଏହି କାର୍ଯ୍ୟକୁ ପସନ୍ଦ କରୁନଥିବ ବେଳେ ତାଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଉଛି । ବର୍ତ୍ତମାନ ବିରାଟଙ୍କର ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Leave a comment