ସୋମବାର ଠାରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋମବାର ଠାରୁ ବନ୍ଦ ରହିବ ଶ୍ରୀମନ୍ଦିର । ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତ ଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ସଂକ୍ରମଣ ବଢ଼ୁଥିବାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜିଠାରୁ ସହରାଞ୍ଚଳରେ ଲାଗୁହେବ ନାଇଟ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ପୁରୀ ଜଗନ୍ନାଥ ଦର୍ଶନ ସମୟ କୁ ଆଜି ଏକ ଘଣ୍ଟା କମ କରାଯାଇଛି । ଅର୍ଥାତ ପୂର୍ବରୁ ରାତି ୯.୩୦ମିନିଟ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀମନ୍ଦିର କୁ ଯିବାକୁ ଅନୁମତି ଥିବା ବେଳେ ଆଜି ଏହାକୁ ଏକ ଘଣ୍ଟା କମାଇ ଦିଆଯାଇଛି । ତେଣୁ ଆଜି ୮.୩୦ ମିନିଟ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନର ଅନୁମତି ମିଳିବ ।

Leave a comment