କୋଭିଡ ଗାଇଡଲାଇନ ଉଲଂଘନ, ଏସ୍ପ୍ଲାନେଡ୍ ୱାନ’ର ଫୁଡ୍ କୋର୍ଟ ସିଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଏମସି ଓ କମିଶନରେଟ ପୋଲିସ ଗତକାଲି ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଏକାଧିକ ଦୋକାନକୁ ସିଲ କରିଛି । କୋଭିଡ ଗାଇଡଲାଇନ ଉଲଂଘନ ଅଭିଯୋଗରେ ରାମ ମନ୍ଦିର ଖାଓ ଗଲି, ମାର୍କେଟ ବିଲଡିଂର ଦୋକାନ ପରେ ‘ଏସପ୍ଲାନେଡ ୱାନ’ର ଫୁଡ୍ କୋର୍ଟକୁ ବିଏମସି ସିଲ୍ କରିଛି ।
ବିଏମସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠି କହିଛନ୍ତି, ଫୁଡ୍ କୋର୍ଟ ମଧ୍ୟରେ ଲୋକେ କରୋନା ନିୟମ ମାନୁଥିବା ଦେଖିବାକୁ ମିଳିଥିଲା । ଏଣୁ ଏହାକୁ ସିଲ୍ କରାଯାଇଛି । ରାମ ମନ୍ଦିର ଖାଓ ଗଲି ସହ ‘ଏସପ୍ଲାନେଡ ୱାନ’ର ଫୁଡ୍ କୋର୍ଟକୁ ଜାନୁଆରି ୨ ପର୍ଯ୍ୟନ୍ତ ସିଲ୍ କରାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସମସ୍ତ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ କହିଛନ୍ତି ।
ସେହିପରି କୋଭିଡ କଟକଣାର ଖୁଲମଖୁଲା ଉଲ୍ଲଂଘନ ହେଇଥିବା ଅଭିଯୋଗରେ କମିସନରେଟ ପୁଲିସ ଓ ବିଏମ୍ସିର ମିଳିତ ଚଢଉ କରାଯାଇଥିଲା । କୋଭିଡ୍ ଗାଇଡ ଲାଇନ ଉଲଂଘନ ଅଭିଯୋଗରେ ରାଜଧାନୀର ବିଭିନ୍ନ ମାର୍କେଟ ଓ ଦୋକାନାକୁ ସିଲ କରାଯାଇଛି । ରାମ ମନ୍ଦିର ପାଖ ଜଳଖିଆ ଦୋକାନ, ଖାଓ ଗଳି, ଏସ୍ପ୍ଲାନେଡ୍ ମଲର ଫୁଡ୍ କୋର୍ଟ, ଏୟାରପୋର୍ଟ ରୋଡ ଖାଓ ମାର୍କେଟ, ଗୋପବନ୍ଧୁ ଛକ ପାଖ ଖାଓ ମାର୍କେଟ ଏହା ସହିତ ନର୍ଥ ଜୋନର ପତିଆ ସ୍ଥିତ ଟପନଜ ବାରକୁ ସିଲ କରାଯାଇଛି । ଏହା ସହିତ ବିଭିନ୍ନ ଜୋନର ଅନୁକୋଣରେ ଚେକିଂ କରିବା ସହିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।