ପ୍ରତିଷ୍ଠା ଦିବସରେ ଆତ୍ମସମୀକ୍ଷା ନକରି ପୁଣି ମିଛର ବାତ୍ୟା କରୁଛି ବିଜେଡି : ସତ୍ୟବ୍ରତ ପଣ୍ଡା

0

ଭୁବନେଶ୍ୱର: ଓଡିଶାର ଶାସନ ଦାୟିତ୍ୱରେ ଥିବା ବିଜୁ ଜନତା ଦଳ ନିଜ ୨୫ତମ ପ୍ରତିଷ୍ଠା ଦିବସ ଗତ କାଲି ପାଳନ କରିଛି । ଗୋଟିଏ ରାଜ୍ୟରେ ନିରୁଙ୍କଶ ଭାବେ ଦୀର୍ଘ ୨୧ ବର୍ଷ ଧରି ଶାସନ କ୍ଷମତାରେ ରହିବା କୈଣସି କମ୍ କଥା ନୁହେଁ । ପ୍ରତିଷ୍ଠା ଦିବସରେ ଶାସକ ବିଜେଡିର ଉପଲବ୍ଧି ଗୁଡିକର ଏକ ନିରପେକ୍ଷ ହିସାବ ନିକାଶ ରାଜ୍ୟବାସୀ ଏହି ଆଂଚଳିକ ଦଳଠାରୁ ଅପେକ୍ଷା ରଖିଥିଲେ । କିନ୍ତୁ ଆତ୍ମସମୀକ୍ଷା ପରିବର୍ତେ ନିଜ ପିଠି ନିଜେ ଥାପୁଡେଇ ସାବାସୀ ନେବାର ଯେଉଁ କସରତ୍ ଶାସକ ବିଜେଡି ତରଫରୁ ଚାଲିଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦାୟୀତ୍ୱହୀନତାର ପରିଚୟ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି । ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ୧୯୯୯ ମସିହାରେ ଓଡିଶାରେ ଦାରିଦ୍ର‌୍ୟ ସୀମାରେଖା ତଳେ ବାସ କରୁଥିବା ସଂଖ୍ୟା ଥିଲା ୪୭.୦୨ ପ୍ରତିଶତ । ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ନିଜ ବାର୍ତାରେ କହିଲେ ଓଡିଶା ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଜନସଂଖ୍ୟା ୬୩ ପ୍ରତିଶତ ଥିଲା ଏବଂ ଏହା ବର୍ତମାନ ୨୯ ପ୍ରତିଶତକୁ ଖସେଇ ଆଣିବାରେ ସକ୍ଷମ ହୋଇଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ପୁଣି ଥରେ ମିଛ କହିଛନ୍ତି । କିନ୍ତୁ ନିକଟରେ ନୀତି ଆୟୋଗ ଦ୍ୱାରା ପ୍ରକାଶିତରେ ଜନସଂଖ୍ୟାର ସବୁଠାରୁ ଅଧିକ ଶତକଡା ଥିବା ରାଜ୍ୟ ତାଲିକାରେ ଓଡିଶାର ସ୍ଥାନ ବରୀବ ରାଜ୍ୟ ତାଲିକାରେ ଲଜ୍ଜାଜନକ ନବମ ସ୍ଥାନରେ ଅଛି । ଏହି ତଥ୍ୟାନୁସାରେ ଭାରତ ଜନସଂଖ୍ୟାର ୨୫.୦୧% ଦରିଦ୍ର ହୋଇଥିବା ବେଳେ ଓଡିଶାରେ ଦରିଦ୍ର ସଂଖ୍ୟା ହେଉଛି ୨୯.୩୫ ପ୍ରତିଶତ । ଦରିଦ୍ର ହ୍ରାସ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମିଛ କହି ଭ୍ରମିତ କରିବା ଅତ୍ୟନ୍ତ ଲଜ୍ଜାଜନକ । ଜୁନ୍ ୨୦୧୯ରେ ୧୬ଶ ବିଧାନସଭାର ପ୍ରଥମ ଅଧିବେଶନକୁ ଉଦବୋଧନ ଦେଲାବେଳେ ମହାମହିମ ରାଜ୍ୟପାଳଙ୍କ ମୁହଁରେ ଆସନ୍ତା ପାଂଚ ବର୍ଷରେ ଗରିବୀ ୫% କୁ ହ୍ରାସ କରିବେ ବୋଲି ଘୋଷଣା କରାଇଥିଲେ । ବର୍ତମାନ ପ୍ରତିଷ୍ଠା ଦିବସରେ ଆସନ୍ତା ପାଂଚ ବର୍ଷରେ ଗରିବୀ ୧୦% କୁ କମାଇବେ ବୋଲି ମୁଖ୍ୟମନ୍ତ୍ରୀ ବାର୍ତା ଦେଇ ବାଚାଳାମୀର ପରିଚଚୟ
ଦେଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାର ବାରମ୍ବାର ଦାବୀ କରି ଆସୁଛନ୍ତି ଯେ ଓଡିଶାର ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଅଧିକ
ପୁଞ୍ଜି ନିବେଶ ଆକର୍ଷିତ କରି ପାରିଛି । କିନ୍ତୁ ନିକଟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ସଂକଳିତର ତଥ୍ୟ ଅନୁଯାୟୀ ଓଡିଶାରେ ୨୦୧୮-୧୯ ବର୍ଷ ୩,୪୯,୩୯୨କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବା ବେଳେ
ସେହି ବର୍ଷ ଗୁଜୁରାଟରେ ୯,୨୩,୮୫୩କୋଟି, ମହାରାଷ୍ଟ୍ରରେ ୬,୨୪,୩୭୬କୋଟି ଓ ତାମିଲନାଡୁରେ ୪,୨୨,୩୩୦କୋଟି
ଟଙ୍କାର ପୁଞ୍ଜି ନିବେଶ ହୋଇଛି । ନୀତି ଆୟୋଗର ‘ଇଜ୍ ଅଫ୍ ଡୁଇଂ’ ବିଜନେସରେ ରାଜ୍ୟର ପାହ୍ୟା ୭ରୁ ଖସି ୨୯ରେ
ପହଁଚିଲାଣି । ତଥାପି ଆତ୍ମପ୍ରଂଶସାର ମିଛ ବାତ୍ୟା ସୃଷ୍ଟି କରି ପ୍ରହେଳିକା କରୁଛି ବିଜୁ ଜନତା ଦଳ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଶିଳ୍ପାୟନ ପ୍ରତିଷ୍ଠାନର ତୁମ୍ବିତୋଫାନ୍ କରୁଥିବା ବେଳେ ରାଜ୍ୟର କାରଖାନା ସଂଖ୍ୟା ମାତ୍ର ୩,୦୬୩ । ଆନ୍ଧ୍ର (୧୬,୭୩୯),
ଗୁଜୁରାଟ (୨୬,୮୪୨), ହରିଆନା (୧୧,୮୩୫), ପଞ୍ଜାବ ( ୧୨,୮୨୫), ରାଜସ୍ଥାନ (୯, ୪୨୪), ତାମିଲନାଡୁ
(୩୮,୧୩୧), ତେଲେଙ୍ଗାନା ( ୧୫,୧୬୬), ଉତରପ୍ରଦେଶ (୧୫,୮୫୪), ପଶ୍ଚିମବଙ୍ଗ ( ୯,୪୨୦) ଭଳି ଶିଳ୍ପୋନ୍ନତ
ରାଜ୍ୟ ତ ଦୂରର କଥା ଆସାମ ( ୫,୦୨୦), ବିହାର (୩,୪୨୨), ଛତିଶଗଡ (୩,୫୭୬) ଭଳି ପଛୁଆ ରାଜ୍ୟମାନେ ମଧ୍ୟ
କାରଖାନା ସଂଖ୍ୟା ଦୃଷ୍ଟିରୁ ଆମ ଆଗରେ ଅଛନ୍ତି । ରିଜର୍ଭ ବ୍ୟାଙ୍କର ଐବଦ୍ଭୟଭକ୍ଟକ୍ଟଳ କ୍ଟଲ ଝଗ୍ଧବଗ୍ଧସଗ୍ଦଗ୍ଧସମଗ୍ଦ କ୍ଟଦ୍ଭ ଓଦ୍ଭୟସବଦ୍ଭ ଝଗ୍ଧବଗ୍ଧରଗ୍ଦ ରେ
ଉଲ୍ଲେଖ ହୋଇଥିବା ପରିସଂଖ୍ୟାନ ଶାସକ ବିଜେଡିକୁ ଆହୁରି ଅସମାହିତ ପ୍ରଶ୍ନର ଜବାବ ମାଗିଛି । କିନ୍ତୁ ନିଜ ପ୍ରତିଷ୍ଠା ଦିବସରେ ସେ
ତଥ୍ୟକୁ ପର୍ଯ୍ୟାଲୋଚନା କରିବାର ସର୍ବନିମ୍ନ ରାଜନୈତିକ ସାଧୁତା ପ୍ରଦର୍ଶନ କରିବାରେ ବିଜେଡି ପଛଘୁଂଚା ଦେଇଛି ବୋଲି ଶ୍ରୀ ପଣ୍ଡା
ଅଭିଯୋଗ କରିଛନ୍ତି ।
ତଥ୍ୟାନୁଯାୟୀ; ଭାରତର ପ୍ରତ୍ୟେକ ୧୦୦୦ ସହରୀ ଜନସଂଖ୍ୟାରେ ୭୭ଜଣଙ୍କ ପାଖରେ ନିଯୁକ୍ତି ନଥିବାବେଳେ ଓଡିଶାରେ
ଏହା ୧୨୭ । ସେହିପରି ଭାରତର ପ୍ରତ୍ୟେକ ୧୦୦୦ ଗ୍ରାମାଂଚଳ ଜନସଂଖ୍ୟାରେ ୫୦ଜଣଙ୍କ ହାତରେ କୌଣସି ରୋଜଗାର
ନଥିବାବେଳେ ଓଡିଶାରେ ଏହି ସଂଖ୍ୟା ୬୧ । ଦୀର୍ଘ ୨୧ ବର୍ଷର ଶାସନ କ୍ଷମତା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ବେକାର ଯୁବକ
ଯୁବତୀମାନଙ୍କ ପ୍ରତି କେତେ ପ୍ରତିବଦ୍ଧତା ରହିଛି, ତାହା ସ୍ପଷ୍ଟ କରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଫଳତାକୁ ଏକ ବଡ ଉପଲବ୍ଧି ଭାବେ ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ
ଭାରତୀୟ ସହରାଂଚଳର ପ୍ରତ୍ୟେକ ୧୦୦୦ ମହିଳାଙ୍କ ଭିତରେ ୯୯ଜଣ ବେରୋଜଗାର ଥିବାବେଳେ ଓଡିଶାରେ ଏହା ୨୧୯ ।
ଜାମ୍ମୁ ଓ କାଶ୍ମୀର ପରେ ଦେଶର ବୃହତ ରାଜ୍ୟମାନଙ୍କ ଭିତରୁ ସହରାଂଚଳ ମହିଳା ବେରୋଜଗାର ହାର ଓଡିଶାରେ ସର୍ବାଧିକ ରହିଛି ।
ସେହିପରି ସମଗ୍ର ଦେଶର ପ୍ରତ୍ୟେକ ୧୦୦୦ ଗ୍ରାମୀଣ ମହିଳାଙ୍କ ଭିତରେ ୩୫ଜଣ ବେରୋଜଗାର ଥିବାବେଳେ ଓଡିଶାରେ ଏହା
୪୨ଅଛି । ତେଣୁ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ମହିଳା ସଶକ୍ତିକରଣ ପାଇଁ ଏକ ଅର୍ଥନୈତିକ ଆୟୁଧ କରାଯିବ ଅବା
ରାଜନୈତିକ ସମର୍ଥନ ପାଇଁ ଏକ ମାଧ୍ୟମ ରୂପେ ବ୍ୟବହାର କରାଯାଉଥିବ ତାହାର ଏକ ସ୍ପଷ୍ଟୀକରଣ ବିଜେଡିଠାରୁ ଆଶା ରଖିଥିଲେ
ମଧ୍ୟ ଶେଷରେ ରାଜ୍ୟବାସୀଙ୍କୁ ନିରାଶ କରାଯାଇଛି । ରାଜ୍ୟରେ ମହିଳା ସଶକ୍ତିକରଣ ଯୋଜନା ସଂପୂର୍ଣ୍ଣ ଦିଗହରା ହୋଇଛି ବୋଲି ଶ୍ରୀ
ପଣ୍ଡା କହିଛନ୍ତି । ରିଜର୍ଭ ବ୍ୟାଙ୍କରର ତଥ୍ୟାନୁଯାୟୀ ଭାରତର ମୁଣ୍ଡପିଛା ନିଟ୍ ଘରୋଇ ଉତ୍ପାଦନ ୧,୨୧,୨୬୭ ଟଙ୍କା ଥିବାବେଳେ ଓଡିଶାର ମୁଣ୍ଡପିଛା ନିଟ୍ ରାଜ୍ୟ ଘରୋଇ ଉତ୍ପାଦନ ୧,୦୯,୭୩୦ଟଙ୍କା । ଦେଶର ଶିଶୁ ମୃତ୍ୟୁ ହାର ୩୨ ଥିଲାବେଳେ ଓଡିଶାରେ ୪୦; ଯାହାକି ଦେଶର ୫ମ ସର୍ବାଧିକ । ଓଡିଶାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ
ଆବଶ୍ୟକ ତୁଳନାରେ ୪୬୧ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ଆବଶ୍ୟକ ତୁଳନାରେ ୧୧୯୫ଜଣ ବିଶେଷଜ୍ଞ ଡାକ୍ତର ନାହାଁନ୍ତି । ବିଦ୍ୟୁତ୍‌, ଜଳସେଚନ, ଅଣଶସ୍ୟ କୃଷି ଉତ୍ପାଦନ, ବଜେଟ ପରିଚାଳନା, ପୁଞ୍ଜି ନିର୍ମାଣ ହାର ଭଳି ଆହୁରି ଅନେକ ଦର୍ପଣରେ
ନବୀନ ବାବୁଙ୍କ ସରକାର ନିଜ କୁଶାସନର ଚେହେରା ଦେଖି ନିଜ କୁକିର୍ତିର ତର୍ଜମା କରିପାରିଥାନ୍ତେ । ତେବେ ତାହା ନକରି ପୁଣି ମିଛ
କହି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ୍ କୁମାର ଦାସ୍ ପ୍ରମୁଖ ଉପସ୍ଥିତ
ଥିଲେ ।

Leave a comment