ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ମଗାଯିବ କାରଣ ଦର୍ଶାଅ ନୋଟିସ୍, ଉଲଂଘନ କରିଥିଲେ କରୋନା କଟକଣା

0

କଟକ ୨୪।୧୨: ରେଭେନ୍ସା ବିଶ୍ବବିଦ୍ୟାଳୟରେ କରୋନା କଟକଣା ଉଲଂଘନ କରି ନାଚଗୀତ କରିବା ପ୍ରସଙ୍ଗରେ ରେଭେନ୍ସା କର୍ତ୍ତୃପକ୍ଷଙ୍କୁ ମଗାଯିବ କାରଣ ଦର୍ଶାଅ ନୋଟିସ୍ । ଏ ନେଇ ସିଏମସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି । ବିଶ୍ବବିଦ୍ୟାଳୟରେ କରୋନା କଟକଣା ଉଲଂଘନ କରି ଆୟୋଜନକୁ ନେଇ ନୋଟିସ୍ ହେବ ।

ସେପଟେ ଘଟଣାରେ ରେଭେନ୍ସା ଆଥଲେଟିକ୍ ଅଫିସର ପ୍ରତିକ୍ରିୟା ରଖିଛନ୍ତି । ଆଥଲେଟିକ୍ ମିଟ୍ ସରିବା ପରେ ଛାତ୍ରଛାତ୍ରୀମାନେ ଏପରି ଆୟୋଜନ କରିଛନ୍ତି । ଏଥିରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ କୌଣସି ଭୂମିକା ନାହିଁ । ଏପରି ଆୟୋଜନ ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ । ଆଥଲେଟିକ୍ ମିଟ୍ ଡେ’ରେ ଏପରି ନାଚଗୀତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, କଟକ ରେଭେନ୍ସା ବିଶ୍ବବିଦ୍ୟାଳୟର ଆନୁଆଲ ଆଥଲେଟିକ ମିଟ୍ ବେଳେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ଏବଂ ସେମାନଙ୍କ ମଉଜ ମସ୍ତି ଭିଜୁଆଲ ଭାଇରାଲ ହେବାରେ ଲାଗିଥିଲା। ରେଭେନ୍ସା ବିଶ୍ବବିଦ୍ୟାଳୟର ୧୫ତମ ଆନୁଆଲ୍ ଆଥଲେଟିକ୍ ମିଟ୍ ସରିବା ପରେ ଏଭଳି ନାଚଗୀତ ହୋଇଥିଲା । ଯେଉଁ ସମୟରେ ଉପସ୍ଥିତ ଥିଲେ ରେଭେନ୍ସା ପ୍ରଫେସର, ଲେକଚର ଓ ଅନ୍ୟମାନେ ।

ତେବେ ଏହା ସଂପୂର୍ଣ୍ଣ ରୂପେ କଲେଜ କ୍ୟାମ୍ପସରେ ହୋଇଥିବାରୁ ସାଧାରଣକୁ ନଜର ଆସିନଥିଲା କି ପୋଲିସ ନଜରକୁ ଆସିନଥିଲା। ନାଚ ଗୀତରେ ମସଗୁଲ୍ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କାହାରି ମୁହଁରେ ମାସ୍କ କି ସାମାଜିକ ଦୂରତା ନ ଥିଲା। ଯାହା ଭିଡିଓରୁ ସ୍ପଷ୍ଟ ଜଣାପଡୁଥିଲା।

Leave a comment