ଏମିତି ଆସେ ମୃତ୍ୟୁ: ଡିବିରି ଠିପି ଗିଲିଦେଲା ଶିଶୁ, ଚାଲିଗଲା ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୃତ୍ୟୁ କେତେବେଳେ କେଉଁ ରୂପରେ ଆସେ ତାହା କାହାକୁ ଜଣାନାହିଁ । ମୃତ୍ୟୁ ଦେଖେନି ବୟସ। ଯାହାର ଯେତେବେଳେ ସମୟ ଆସେ ତାକୁ ନିଶ୍ଚିତ ଯିବାକୁ ପଡ଼ିଥାଏ । ଏମିତି ଏକ ଘଟଣା କ୍ରମରେ ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଏକ ନିଷ୍ପାପ ଶିଶୁର ଜୀବନ ଚାଲିଯାଇଛି ।
ପ୍ରକାଶ ଯୋଗ୍ୟ: ଘଟଣା ସୋର ବ୍ଲକ ତେନ୍ତୁଳିଗଛ ଗାଁର । ଗୁରା ପୁଥାଳଙ୍କ ଦେଢ ବର୍ଷର ପୁଅ ସବୁଦିନ ପରି ଆଜି ବି ଘରେ ଖେଳୁଥିଲା । ଏହି ସମୟରେ ଡିବିରି ବତୀ ଖୋଲି ଠିପି ଢୋକି ଦେଇଥିଲେ । ପରିବାର ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।